Indus Valley Times

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୨୯୧ ଜଣ କରୋନା ପଜିଟିଭ ଚିହ୍ନଟ, ୯୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର

 Breaking News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୨୯୧ ଜଣ କରୋନା ପଜିଟିଭ ଚିହ୍ନଟ, ୯୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର

January 24
09:52 2022

ଭୁବନେଶ୍ବର, ୨୪/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୨୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୦୬୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ ଜଣ, ବାଲେଶ୍ୱରରୁ ୩୪୩ ଜଣ, ବରଗଡ଼ରୁ ୧୩୦ ଜଣ, ଭଦ୍ରକରୁ ୯୭ ଜଣ, ବଲାଙ୍ଗୀରରୁ ୨୧୮ ଜଣ, ବୌଦ୍ଧ ଜିଲ୍ଲାରୁ ୫୫, କଟକରୁ ୫୬୧ ଜଣ, ଦେବଗଡ଼ରୁ ୬୨ ଜଣ, ଢେଙ୍କାନାଳରୁ ୯୬ ଜଣ, ଗଜପତିରୁ ୯୫, ଗଞ୍ଜାମରୁ ୫୦ ଜଣ, ଜଗତସିଂହପୁରରୁ ୧୨୧ ଜଣ, ଯାଜପୁରରୁ ୨୦୩ ଜଣ, ଝାରସୁଗୁଡ଼ାରୁ ୮୩ ଜଣ, କଳାହାଣ୍ଡିରୁ ୧୭୩ ଜଣ, କନ୍ଧମାଳରୁ ୯୮ ଜଣ, କେନ୍ଦ୍ରାପଡ଼ାରୁ ୧୦୯ ଜଣ, କେଉଁଝରରୁ ୧୩୨ ଜଣ, ଖୋର୍ଦ୍ଧାରୁ ୧୭୦୫ ଜଣ, କୋରାପୁଟରୁ ୧୧୧ ଜଣ, ମାଲକାନଗିରିରୁ ୫୭ ଜଣ, ମୟୁରଭଞ୍ଜରୁ ୨୨୯ ଜଣ, ନବରଙ୍ଗପୁରରୁ ୧୪୮, ନୟାଗଡ଼ରୁ ୧୯୨ ଜଣ, ନୂଆପଡ଼ାରୁ ୧୬୦ ଜଣ, ପୁରୀରୁ ୧୧୬ ଜଣ, ରାୟଗଡ଼ାରୁ ୨୯୫ ଜଣ, ସମ୍ୱଲପୁରରୁ ୧୭୬ ଜଣ, ସୋନପୁରରୁ ୨୮୨, ସୁନ୍ଦରଗଡ଼ରୁ ୬୪୬ ଜଣ ଓ ଷ୍ଟେଟ ପୁଲରୁ ୩୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଟ୍ୟନ୍ତ ରାଜ୍ୟରେ ୧୨,୧୧,୯୫୧୧୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧,୨୧, ୬୦୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୧, ୭୬୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୮,୫୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୨ରେ ୮,୮୪୫ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ, ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930