Indus Valley Times

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୩୯ ଜଣକୁ ବୃଦ୍ଧି

 Breaking News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୩୯ ଜଣକୁ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୩୯ ଜଣକୁ ବୃଦ୍ଧି
May 11
10:54 2022

ଭୁବନେଶ୍ୱର, ୧୧/୫ : ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୩୯ ଜଣକୁ ବୃଦ୍ଧି ପାଇଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସ ମଧ୍ୟରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ନୟାଗଡ଼ ଜିଲ୍ଲାରୁ ଜଣ, ଷ୍ଟେଟ ପୁଲ୍ରୁ ୨ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୯୨୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୪୬୯୩୧୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031