Indus Valley Times

ଗତ ୨୪ ଘଣ୍ଟା ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ ଚିହ୍ନଟ , ୯୮୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର

 Breaking News

ଗତ ୨୪ ଘଣ୍ଟା ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ ଚିହ୍ନଟ , ୯୮୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର

January 17
09:55 2022

ଭୁବନେଶ୍ବର, ୧୭/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୮୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୪୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିମଧ୍ୟରୁ ୯୮୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୩୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫୮ ଜଣ, ବାଲେଶ୍ୱରରୁ ୪୩୩ ଜଣ, ବରଗଡ଼ରୁ ୧୬୬ ଜଣ, ଭଦ୍ରକରୁ ୧୧୮ ଜଣ, ବଲାଙ୍ଗୀରରୁ ୨୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୮୫, କଟକରୁ ୭୮୬ ଜଣ, ଦେବଗଡ଼ରୁ ୪୪ ଜଣ, ଢେଙ୍କାନାଳରୁ ୭୦ ଜଣ, ଗଜପତିରୁ ୧୦୯, ଗଞ୍ଜାମରୁ ୯୨ ଜଣ, ଜଗତସିଂହପୁରରୁ ୨୦୭ ଜଣ, ଯାଜପୁରରୁ ୧୯୫ ଜଣ, ଝାରସୁଗୁଡ଼ାରୁ ୨୨୫ ଜଣ, କଳାହାଣ୍ଡିରୁ ୨୬୩ ଜଣ, କନ୍ଧମାଳରୁ ୫୬ ଜଣ, କେନ୍ଦ୍ରାପଡ଼ାରୁ ୯୦ ଜଣ, କେଉଁଝରରୁ ୧୦୫ ଜଣ ଓ ଖୋର୍ଦ୍ଧାରୁ ୨୯୩୪ ଜଣ, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟରୁ ୧୬୨ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୩୮୩ ଜଣ, ନବରଙ୍ଗପୁରରୁ ୧୫୯, ନୟାଗଡ଼ରୁ ୧୯୩ ଜଣ, ନୂଆପଡ଼ାରୁ ୧୦୮ ଜଣ, ପୁରୀରୁ ୧୯୮ ଜଣ, ରାୟଗଡ଼ାରୁ ୨୫୩ ଜଣ, ସମ୍ୱଲପୁରରୁ ୩୮୭ ଜଣ, ସୋନପୁରରୁ ୧୬୩, ସୁନ୍ଦରଗଡ଼ରୁ ୧୪୪୭ ଜଣ ଓ ଷ୍ଟେଟ ପୁଲରୁ ୭୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୪୪,୪୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୦, ୦୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୫, ୭୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031