Indus Valley Times

ଗର୍ଭବତୀ ମହିଳାଙ୍କ ହାତଗୋଡ଼ ବନ୍ଧା ଅର୍ଦ୍ଧନଗ୍ନ ମୃତଦେହ ପୋଲ ତଳୁ ଉଦ୍ଧାର

 Breaking News

ଗର୍ଭବତୀ ମହିଳାଙ୍କ ହାତଗୋଡ଼ ବନ୍ଧା ଅର୍ଦ୍ଧନଗ୍ନ ମୃତଦେହ ପୋଲ ତଳୁ ଉଦ୍ଧାର

ଗର୍ଭବତୀ ମହିଳାଙ୍କ ହାତଗୋଡ଼ ବନ୍ଧା ଅର୍ଦ୍ଧନଗ୍ନ ମୃତଦେହ ପୋଲ ତଳୁ ଉଦ୍ଧାର
September 11
17:50 2021

ପର୍ଜଙ୍ଗ,୧୧/୯ : ଢେ଼ଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ ମହାବିରୋଡ଼ ଫାଣ୍ଡି ଭେଜିଆ ରଗରଗା ପୋଲ ତଳୁ ଶନିବାର ଜଣେ ବିବାହିତ ମହିଳାଙ୍କ ହାତଗୋଡ ବନ୍ଧା ଅର୍ଧନଗ୍ନ ମୃତଦେହ ଉଧାର ହୋଇଛି । ଦୁଷ୍କର୍ମ ପରେ କେହି ଦୁର୍ବୁତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହିଳା ୨/୩ ମାସର ଗର୍ଭବତୀ ଥିବା ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ।
ହତ୍ୟା କରିବା କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ମୃତ ଦେହଟି ୪/ରୁ ୫ଦିନ ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ପର୍ଜଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031