Indus Valley Times

ଗର୍ଲଫ୍ରେଣ୍ଡ୍ ଶିବାନୀଙ୍କ ସହ ବିବାହ କରିବେ ଫରହାନ ଅଖତର

 Breaking News

ଗର୍ଲଫ୍ରେଣ୍ଡ୍ ଶିବାନୀଙ୍କ ସହ ବିବାହ କରିବେ ଫରହାନ ଅଖତର

January 05
18:18 2022

ନୂଆଦିଲ୍ଲୀ ୫/୧ : ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି। ଉଭୟ ଡେଟରୁ ନେଇ ଭ୍ୟାକେସନ୍ ପର୍ଯ୍ୟନ୍ତ ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି।
ବର୍ତ୍ତମାନ ଖବର ଆସୁଛି, ଏହି କପଲ୍ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି।
ସୂଚନା ଅନୁଯାୟୀ, ଫରହାନ-ଶିବାନୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି। ଏହି କପଲ୍ ମୁମ୍ବାଇରେ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି।
ତେବେ କରୋନାକୁ ଦୃଷ୍ଟିରେ ରଖି ସେମାନଙ୍କ ବିବାହରେ ସୀମିତ ସଂଖ୍ୟକ ଲୋକଙ୍କୁ ନିମନ୍ତଣ କରିବେ ବୋଲି କୁହାଯାଉଛି।
ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନଙ୍କୁ ନିମନ୍ତଣ କରାଯିବ। ଦୁହେଁ ବିବାହ ପାଇଁ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ ମଧ୍ୟ ବୁକ୍ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031