Indus Valley Times

ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ, ୨୪ ବର୍ଷର ଅପାରଗ ସରକାର ବିରୋଧରେ କଂଗ୍ରେସ ଲଢିବ : ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ କୁ ଖଣ୍ଡନ କଲେ : ବିରୋଧୀଙ୍କ ଚାଲ କହିଲେ

 Breaking News

ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ, ୨୪ ବର୍ଷର ଅପାରଗ ସରକାର ବିରୋଧରେ କଂଗ୍ରେସ ଲଢିବ : ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ କୁ ଖଣ୍ଡନ କଲେ : ବିରୋଧୀଙ୍କ ଚାଲ କହିଲେ

ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ, ୨୪ ବର୍ଷର ଅପାରଗ ସରକାର ବିରୋଧରେ କଂଗ୍ରେସ ଲଢିବ : ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ କୁ ଖଣ୍ଡନ କଲେ : ବିରୋଧୀଙ୍କ ଚାଲ କହିଲେ
May 10
19:19 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ଵରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ନିର୍ବାଚନ ଟି ୨୪ ବର୍ଷର ଅପାରଗ ସରକାରଙ୍କ ବିରୋଧରେ ସାଧାରଣ ଲୋକଙ୍କ ଲଢେଇ କଂଗ୍ରେସ କୁ ବିଜୟୀ କରାଇବାରେ ସହାୟକ ହେବ । ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ ।
ଆମ ଦଳ ୧୦ ଟି ଗ୍ୟାରେଣ୍ଟି କୁ ନେଇ ଲୋକଙ୍କ ନିକଟକୁ ଯାଉଛି ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି ଓ ବହୁ ଲୋକ ବିଜେପି ଓ ବିଜେଡି ଛାଡି କଂଗ୍ରେସ ରେ ସାମିଲ ହେଉଛନ୍ତି ।ବିରୋଧୀ ଅଭିଯୋଗ କରୁଛନ୍ତି କଂଗ୍ରେସ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଛି କିନ୍ତୁ ଆମେ ଆଜି ସ୍ପଷ୍ଟ ଭାବେ କହିବାକୁ ଯାଉଛୁ କି ତୃଣାମୂଳ ସ୍ତରରୁ ଆମ ନେତା ଓ କର୍ମୀ ଏକତ୍ରିତ ହୋଇ ନିର୍ବାଚନ କୁ ପରିଚାଳନା କରୁଛନ୍ତି ।
ଆଜି ଆମ ନିକଟରେ ପୂର୍ବରୁ ଟିକଟ ପାଇଥିବା ସୁରୁଦା ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । ଏଣୁ ବିରୋଧୀ ଆମ ଭୋଟର ଓ କର୍ମୀ ଙ୍କ ମନବଳ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ସେଥିରେ ସଫଳ ହେବେ ନହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପୂର୍ବରୁ ଟିକଟ ପାଇଥିବା ସୁରୁଦା ପ୍ରଧାନ କହିଛନ୍ତି ଏଆଇସିସି ମୋତେ ଟିକଟ ଦେଇଥିଲା ଏଆଇସିସି ମୋ ଟିକଟ ଫେରାଇ ନେଲା ଏଥିରେ ମୋତେ କିଛି କଷ୍ଟ ଦେଇଥିଲା କିନ୍ତୁ ମୁଁ ଦଳ ରେ ଅଛି ଦଳରେ ରହିବି ଓ ଶୃଙ୍ଖଳିତ କଂଗ୍ରେସ କର୍ମୀ ଭାବେ ନିର୍ବାଚନ ରେ କାର‌୍ୟ୍ୟ କରିବି ବୋଲି କହିଛନ୍ତି ।
ଏହି ସାମ୍ବାଦିକ ସମ୍ବିଳନୀ ରେ ସୁରୁଦା ପ୍ରଧାନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସୀତାରାମ ପଣ୍ଡା , ରାଜ୍ୟ ସମ୍ପାଦକ ମନୋଜ ଆଚାର‌୍ୟ୍ୟ ,ମନୋଜ ମଲ୍ଲିକ ,ଶ୍ୟାମ ସୁନ୍ଦର ପରାସେଠ ,ଏନଏସି ସଭାପତି ସ୍ଵପ୍ନେଶ୍ଵର ସାହୁ , କୋଟଗଡ ସଭାପତି ସରୋଜ ବେହେରା ମାଝି ,ବଳରାମ ଦୋରା ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି
କନ୍ଧମାଳ, ୧୦/୫: ଚଳିତ ସାଧାରଣ ନିର୍ବାଚନ ୨୦ ତାରିଖରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ବିଜେପି ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କର ପ୍ରଚାର ନିମନ୍ତେ ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ହେଭି ୱେଟ ନେତା ଙ୍କର କନ୍ଧମାଳ ଗସ୍ତ ରହିଛି। ହେଭିୱେଟ ଙ୍କର ଗସ୍ତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର‌୍ୟ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସୂଚନାଯୋଗ୍ୟ ୧୧ ତାରିଖ ଶନିବାର ଦିନ ସକାଳ ୯ ଟା ସମୟରେ ଭାରତର କୋଟି କୋଟି ଜନତା ଙ୍କର ହୃଦୟ ଜିତି ଥିବା ଜନପ୍ରିୟ ନେତା ଯଶସ୍ବୀ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର କନ୍ଧମାଳ ଜିଲ୍ଲା ଗସ୍ତ ରହିଛି। ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କୁ ନେଇ ବିଜେପି ପକ୍ଷରୁ ଫୁଲବାଣୀ ସ୍ଥିତ ସେନାପତି ରେସିଡେନ୍ସ ହୋଟେଲ ଠାରେ ଆଜି କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଙ୍କର ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଙ୍କର କନ୍ଧମାଳ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆସନ୍ତା ୧୧ ତାରିଖ ଦିନ ୯ ଟା ବେଳେ ଫୁଲବାଣୀ ମାଟିରେ ପାଦ ଦେବେ ଜସ୍ୱସ୍ୱୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।
କନ୍ଧମାଳ ପ୍ରତି ତାଙ୍କର ଯେଉଁ ଶ୍ରଦ୍ଧା ରହିଛି। କନ୍ଧମାଳ ଲୋକ ମାନଙ୍କ ପ୍ରତି ତାଙ୍କର ବିଶ୍ଵାସ ରହିଛି ସେଇଥିପାଇଁ ସେ ମନରେ ଭାବିଛନ୍ତି ଯେ,ଆଗାମୀ ଦିନରେ ଏହି କନ୍ଧମାଳ ର ବିଶ୍ଵାସ ଭୋଟରେ ପରିଣତ ହେବ ।
ସେ ଯେଉଁ ୪୦୦ ପାର ସ୍ଲୋଗାନ ଦେଇଛନ୍ତି ନିଶ୍ଚିତ ଭାବରେ କନ୍ଧମାଳ ପାର୍ଲିଆମେଣ୍ଟ ସହିତ ଯୋଡ଼ି ହେବ ଏହି ପ୍ରକାର ଫିଡ଼ବେକ ନେଇ ପ୍ରଧାନମନ୍ତ୍ରୀ କନ୍ଧମାଳ ଆସୁଛନ୍ତି କ୍ଷ
କନ୍ଧମାଳ କୁ ବହୁତ ଭଲ ପାଉଥିବା ନେତା ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଜୀ । କନ୍ଧମାଳ ର ଗର୍ବ ରଖିବା ଏବଂ କନ୍ଧମାଳ ର ବିକାଶ ସହିତ ଯୋଡ଼ି ହେବା ପାଇଁ କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ କନ୍ଧମାଳ ବାସୀଙ୍କୁ ନିବେଦନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ ଥର ମାନନୀୟ ପ୍ରଧାନମନ୍ତ୍ରୀ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆସୁଛନ୍ତି ।
ପ୍ରଧାନମନ୍ତ୍ରୀ ଯେଉଁ ସିଟ କୁ ଆସୁଛନ୍ତି ତାଙ୍କର ଆସିବା ର କାରଣ ଯେଉଁ ସିଟ ର ଜିତିବାର ଫିଡ଼ବେକ ମିଳୁଛି। ଲୋକଙ୍କର ବିପୁଳ ସମର୍ଥନ ମିଳୁଛି । ବିଭିନ୍ନ ସୂତ୍ରରୁ ଖବର ନେଇଛନ୍ତି।
ଏହି କନ୍ଧମାଳ ସିଟ ନିଶ୍ଚିତ ଭାବରେ ଜିତିବ ଏବଂ ୪୦୦ ସିଟରେ ଯୋଡ଼ି ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କନ୍ଧମାଳ ଲୋକମାନେ ମନ ବଳାଇଛନ୍ତି ଆମେ ବିକାଶ ରାସ୍ତା ରେ ଯୋଡ଼ି ହେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଯୁବକ ମାନଙ୍କର ବିକାଶ, ମହିଳା ମାନଙ୍କର ବିକାଶ ପାଇଁ, ଗରିବ ଗୁରୁବା ମାନଙ୍କ ବିକାଶ ପାଇଁ, କୃଷକ ର ବିକାଶ ପାଇଁ, ମଧ୍ୟବିତ୍ତ ବର୍ଗର ବିକାଶ ପାଇଁ ଆଦିବାସୀ ହରିଜନ ଙ୍କର ବିକାଶ ପାଇଁ ଯୋଜନା କରି ସବୁଠୁ ତଳସ୍ତର ରେ ଥୁବା ଲୋକଟିର ମନକୁ ହୃଦୟ କୁ ଜିତିଛନ୍ତି । ପ୍ରଧାନମନ୍ତ୍ରୀ କୋଟି କୋଟି ହୃଦୟ ର ସମ୍ରାଟ ।
ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ଙ୍କର ଅଭିଭାଷଣ ସାଧାରଣ ଲୋକ ଙ୍କୁ ଅଭିହୁତ କରିବ । ଲୋକମାନେ ବିକାଶ ଧାରା ପ୍ରତି ଯେଉଁ ମନ ବୋଳାଇଛନ୍ତି ତାହା ମେ ୨୦ ତାରିଖ ଦିନ ଭୋଟରେ ରୂପାନ୍ତରିତ ହେବ।
କନ୍ଧମାଳ ଏବଂ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି ଏବଂ ଡବଲ ଇଞ୍ଜିନ ସରକାର ପାଇଁ କନ୍ଧମାଳ ର ଗୋଟିଏ କ୍ଷେତ୍ର ଯୋଡ଼ି ହୋଇଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ସାମ୍ବାଦିକ ସୂଚନା ଦେଇଥିଲେ। ଏହି ସମ୍ମିଳନୀ ରେ ବିଜେପିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଫୁଲବାଣୀ ନାରାୟଣୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ
କନ୍ଧମାଳ, ୧୦/୫: କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ମା’ ନାରାୟଣୀ ଯାତ୍ରା ମେ ୧୦ ତାରିଖ ଠାରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବହୁ ଜାକ ଜକମରେ ଅନୁଷ୍ଠିତ ହେବ। ଏଥି ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସାଧାରଣ ଜନତାଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ମଙ୍ଗଳବାର ଫୁଲବାଣୀକୁ ବିଜେଡ଼ି ଦଳର ଏକ ନିର୍ବାଚନି ପ୍ରଚାରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟାଡ଼ିୟମ୍ ଠାରେ ଯାତ୍ରା ପରିଚାଳନା କମିଟିର ସଭାପତି ପି.ସୁଧାଂଶୁ ସେନାପତି ଓ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ମିଳିତ ଭାବେ ଫୁଲବାଣୀ ନାରାୟଣୀ ଯାତ୍ରାରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ଗ୍ରହଣ କରିବା ସହିତ ନାରାୟଣୀ ଯାତ୍ରାର ଏକ ସ୍ମୃତି ଫଳକ ମଧ୍ୟ ଗ୍ରହଣ କରିଥିଲେ। ଏଥି ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଯାତ୍ରା ପାଇଁ ନିମନ୍ତ୍ରଣ କରାଯିବା ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇଛି। ଉଭୟ ନିମନ୍ତ୍ରଣ ପାଇବାପରେ ଆନନ୍ଦ ପ୍ରକାଶ କରିବା ସହିତ ସଫଳତା କାମନା କରିଥିଲେ।
୯ପ୍ରତି ଦୁଇ ବର୍ଷ ଅନ୍ତରରେ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତଥା ହନୁମାନ ଜୟନ୍ତ୍ରୀରେ ମା ନାରାୟଣୀ ଠାକୁରାରୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ ଓ ଅକ୍ଷୟ ତୃତୀୟ ଅବସରରେ ଯାତ୍ରା ଆରମ୍ଭ ହୋଇଥାଏ।
ବୁଧବାର ଦିନରେ ପାର୍ଶ୍ବଦେବୀ ମା’ ବରାଳଦେବୀ , ମା’ ବ୍ୟାଘ୍ରଦେବୀ , ମା ବ୍ରାହ୍ମଣଦେବୀ ଓ ମା’ ଗ୍ରାମ୍ୟଦେବୀଙ୍କୁ ପଟୁଆରରେ ଆମନ୍ତ୍ରଣ କରାଯିବ ଓ ରାତ୍ରରେ ଏକ ବିରାଟ ପଟୁଆରରେ ଯାଇ ପାରମ୍ପରିକ ପୂଜା ପଦ୍ଧତି ପରେ ମା’ ନାରାୟଣୀଙ୍କୁ ଆମନ୍ତ୍ରଣ କରାଯିବ।
ଏଥିରେ ହଜାର ହଜାର ସଂଖ୍ୟରେ ଭକ୍ତ , ଦର୍ଶକ ଓ ଅଞ୍ଚଳବାସୀ ସାମିଲ୍ ହୋଇଥାନ୍ତି। ଚଳିତ ବର୍ଷ ଫୁଲବାଣୀ ନାରାୟଣୀ ଯାତ୍ରାର ସଫଳତା ପାଇଁ ଇତି ମଧ୍ୟରେ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031