Indus Valley Times

ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

 Breaking News

ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

February 17
16:52 2022

ଭୁବନେଶ୍ବର ୧୭/୨: ଗିରଫ ହେଲେ ଲାଞ୍ଚୁଆ ଡାକ୍ତର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତର ଗିରଫ । ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ ।
ଗିରଫ ପରେ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ବୁଧବାର ଅସ୍ତ୍ରୋପଚାର ପାଇଁ ଜଣେ ଗର୍ଭବତୀ ମହିଳାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର । ତାଙ୍କ ଘରେ ଚଢାଉ ବେଳେ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏ ନେଇ ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ସରକାରୀ ଡାକ୍ତରଙ୍କ ଘରୁ ୧ କୋଟି ୧୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ଭିଜିଲାନ୍ସ ଜାଲରେ ପଡିଥିଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା ।
ପୁରୀ ଜିଲ୍ଲା ଚାରିଛକ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୁକାନ୍ତ କୁମାର ଜେନା ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ୍ କରିଥିଲା ।
ଏହାପରେ ତାଙ୍କ ଭୁବନେଶ୍ବର କଳାରାହାଙ୍ଗ ସ୍ଥିତ କସମୋ ଡୁପ୍ଲେକ୍ସରେ ଛାପା ପଡ଼ିଥିଲା । ଭିଜିଲାନ୍ସକୁ ମିଳିଥିଲା ବିପୁଳ ପରିମାଣର କ୍ୟାସ୍ । ଡାକ୍ତରଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ୫ ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍ ।
ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ । ତାଙ୍କ ଘରୁ ବିପୁଳ ସୁନା ଗହଣା ସହ, ଅମାପ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଥିଲା । ସରକାରୀ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଅମାପ ସମ୍ପତ୍ତିର ଛାନଭିନ୍ ଚାଲିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031