Legatus

ଗିରଫ ହେଲେ ଡାକ୍ତର ସୁଦର୍ଶନ, ଠାବ ହୋଇଥିଲା ଅଚଳାଚଳ ସମ୍ପତ୍ତି

 Breaking News

ଗିରଫ ହେଲେ ଡାକ୍ତର ସୁଦର୍ଶନ, ଠାବ ହୋଇଥିଲା ଅଚଳାଚଳ ସମ୍ପତ୍ତି

November 10
18:24 2023

ବଲାଙ୍ଗୀର/ଭୁବନେଶ୍ବର,୧୦/୧୧: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି।
ପୁରୀରେ ୧୬ ସମେତ ମୋଟ ୨୮ଟି ପ୍ଲଟ ଥିବା ବେଳେ ଲାଞ୍ଚ ଟଙ୍କାରେ ଏକ ବଡ଼ ଆଟଲିକା ନିର୍ମାଣ କରିଛନ୍ତି, ଯାହାର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଏହାସହ ୫୦ ଲକ୍ଷ ଟଙ୍କା, ୨୫୦ ଗ୍ରାମର ସୁନା ଅଳଙ୍କାର, ୩ଟି ଦାମୀ କାର ଆଉ ଗୋଟେ ସ୍ପୋର୍ଟସ ବାଇକ୍କୁ ମଧ୍ୟ ଜବତ କରାଯାଇଛି। ସୁଦର୍ଶନ ଆୟଠାରୁ ୧୦୦ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିଲେ।
ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଡାକ୍ତର ବେହେରାଙ୍କ ଗାଁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁରର ନହଳାସ୍ଥିତ ଘର, ଜୟପୁରସ୍ଥିତ ଘର, ପୁରୀ ସଦର ବ୍ଲକ କାଶୀହରିପୁରସ୍ଥିତ ଘର, ସାକ୍ଷୀଗୋପାଳର ଗୋପୀନାଥ ଡାକ୍ତରଖାନା, ଗୋପ ଥାନା ସୋରିସିଆପଡ଼ାର ଶିମିଳି ଗାଁରେ ଥିବା ଘର, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ କଲେଜ ଓ ଡାକ୍ତରଖାନା କାର୍ଯ୍ୟାଳୟ, ସମ୍ବଲପୁର ସିଆରପିଏଫ୍ କ୍ୟାମ୍ପସସ୍ଥିତ କ୍ବାର୍ଟର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା।
ଚଢ଼ଉ ପରେ ଡା. ବେହେରାଙ୍କ ନାଁରେ ସାକ୍ଷୀଗୋପାଳ ବ୍ଲକ ଛକରେ ୪୫୦୦ ବର୍ଗଫୁଟରେ ତିନି ମହଲା ଘର, ଶ୍ରୀରାମଚନ୍ଦ୍ରପୁର ନହଳାରେ ଦୁଇମହଲା କୋଠା, ଗୋପ ସୋରିଷିଆପଡ଼ାରେ ଏକମହଲା କୋଠା, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଦୋକାନ ଘର ଠାବ କରାଯାଇଛି। ସେହିପରି ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ୨୮ ପ୍ଲଟ୍, ୩ଟି ଦାମୀ ଚାରିଚକିଆ, ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଆସବାବପତ୍ର ଠାବ କରାଯାଇଛି।
ପୋଷ୍ଟାଲ ଓ ଅନ୍ୟ କେଉଁଠି ଟଙ୍କା ଜମା ରହିଛି କି ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ସେହିପରି ୩୨ ଲକ୍ଷ ଟଙ୍କାର ତିନିଟି ଦାମୀ ଗାଡ଼ି ମଧ୍ୟ ଠାବ କରାଯାଇଛି। ବିପୁଳ ପରିମାଣର ସମ୍ପତ୍ତି ଜବତ କରିବା ପରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଡାକ୍ତର ସୁଦର୍ଶନ ବେହେରାଙ୍କୁ ପଚରାଉଚରା କରାଯାଉଛି। ମୋଟ ସମ୍ପତ୍ତିର ପରିମାଣ ହିସାବ କରାଯାଉଛି। ଏହା କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରୁଛି ଭିଜିଲାନ୍ସ।
ଚଢ଼ଉ ପାଇଁ ୭ ଡିଏସପି, ୫ ଇନ୍ସପେକ୍ଟର ଓ ୮ ଏଏସ୍ଆଇ ସାମିଲ ହୋଇଥିଲେ। ସବୁ ଗାଡ଼ି ନମ୍ବର ୩୨୩୨ ଡାକ୍ତର ସୁଦର୍ଶନ ବେହେରାଙ୍କ ନିଜ ନାଁରେ ମହିନ୍ଦ୍ରା ସ୍କର୍ପିଓ ଭିଏଲ୍ଏକ୍ସ(ଓଡି-୦୨ବିଟି-୩୨୩୨), ପତ୍ନୀଙ୍କ ନାଁରେ ୭ ଲକ୍ଷ ଟଙ୍କାର ଏକ ଟୟୋଟୋ ଇଟିଓସ୍ କ୍ରସ୍-ଜି କାର(ଓଡି-୦୨ବିଏ-୩୨୩୨) ଓ ହୋଣ୍ଡା ସିଟି କାର(ଓଆର-୦୨-ବିପି-୩୨୩୨) ରହିଛି, ଯାହାକୁ ନେଇ ଚର୍ଚ୍ଚା କରାଯାଉଛି ଡାକ୍ତରଙ୍କର ଗାଡ଼ି ସଉକ ରହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31