Legatus

ଗୁଟଖା ବିଜ୍ଞାପନ ମାମଲାରେ ଅକ୍ଷୟ କୁମାର, ଶାହାରୁଖ ଖାନ, ଅଜୟ ଦେବଗନଙ୍କୁ ନୋଟିସ

 Breaking News

ଗୁଟଖା ବିଜ୍ଞାପନ ମାମଲାରେ ଅକ୍ଷୟ କୁମାର, ଶାହାରୁଖ ଖାନ, ଅଜୟ ଦେବଗନଙ୍କୁ ନୋଟିସ

December 10
18:57 2023

ମୁମ୍ବାଇ,୧୦/୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠକୁ ସୂଚିତ କରାଯାଇଛି କି ତମାଖୁ କମ୍ପାନିଗୁଡ଼ିକର ବିଜ୍ଞାପନ କରିବା ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଶାହରୁଖ ଖାନ, ଅକ୍ଷୟ କୁମକର ଓ ଅଜୟ ଦେବଗନଙ୍କୁ ପଠାଯାଇଛି।
କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି।
ଗତଶୁକ୍ରବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ କହିଛନ୍ତି, କେନ୍ଦ୍ର ଅକ୍ଷୟ କୁମାର, ଶାହରୁଖ ଖାନ ଓ ଅଜୟ ଦେବଗନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇ ଉତ୍ତର ମାଗିଛନ୍ତି।
ଏଥିସହିତ ଅଦାଲତଙ୍କୁ ଏହି ସୂଚନା ପଠାଇଛି କି ଅମିତାଭ ବଚ୍ଚନ ବି ସେହି ତମାଖୁ କମ୍ପାନିକୁ ନୋଟିସ୍ ପଠାଇଛନ୍ତି ଯିଏ ତାଙ୍କୁ ବିଜ୍ଞାପନରେ ଦେଖାଇଥିଲା। କାରଣ ସେ ଉକ୍ତ କମ୍ପାନି ସହିତ ତାଙ୍କର ଚୁକ୍ତିକୁ ପୂର୍ବରୁ ରଦ୍ଦ କରି ସାରିଥିଲେ।
ଆଡଭୋକେଟ ମୋତିଲାଲ ଯାଦବ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ କି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲିବ୍ରିଟିମାନେ ତମାଖୁ କମ୍ପାନିଗୁଡ଼ିକର ବିଜ୍ଞାପନ କରିବା ଘଟଣାକୁ ନେଇ ଚିନ୍ତାର କାରଣ ପାଲଟିଛି।
ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ଷ୍ଟାରଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ବି ରହିଥିବା ଆଡଭୋକେଟ ମୋତିଲାଲ ଯାଦବ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930