Indus Valley Times

ଗୁଢ଼ୀଆଳି ଗ୍ରାମର ଅସହାୟ ଅବିବାହିତ ଦିବ୍ୟାଙ୍ଗ ଶାନ୍ତି ମହାକୁଡ଼ ଙ୍କ ଶବ ସତ୍କାର କଲେ ମାହେଶ୍ୱରୀ ସେନା ଓ ଜଗତି କେନ୍ଦ୍ର କର୍ମକର୍ତ୍ତା

 Breaking News

ଗୁଢ଼ୀଆଳି ଗ୍ରାମର ଅସହାୟ ଅବିବାହିତ ଦିବ୍ୟାଙ୍ଗ ଶାନ୍ତି ମହାକୁଡ଼ ଙ୍କ ଶବ ସତ୍କାର କଲେ ମାହେଶ୍ୱରୀ ସେନା ଓ ଜଗତି କେନ୍ଦ୍ର କର୍ମକର୍ତ୍ତା

November 15
18:48 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୧୧ : ବୌଦ୍ଧ ସଦର ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଗୁଡ଼ିଆଳି ଗ୍ରାମର ଭିକାରି ମହାକୁଡ଼ଙ୍କ ଏକମାତ୍ର ଦିବ୍ୟାଙ୍ଗ ଝିଅ ଶାନ୍ତି ବୟସ ପାଖାପାଖି ୩୫ବର୍ଷ ।
ବାପା ଭିକାରି ମହାକୁଡ଼ଙ୍କ ସ୍ତ୍ରୀ ୧୦ବର୍ଷ ଆଗରୁ ମୃତ୍ୟୁ ବରଣ କରିଥିବା ବେଳେ ବାପା ସହିତ ବହୁ କଷ୍ଟରେ ଜୀବନ ବିତାଉ ଥିଲେ । କିଛିଦିନ ହେବ ଶାନ୍ତିର ଦେହ ଅସୁସ୍ଥ ହେବାରୁ ବାପା ଭିକାରି ବୌଦ୍ଧ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ କ୍ଷ କିନ୍ତୁ ଆଜି ଭୋର ସକାଳ ୪ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ । ଖବରପାଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମନୋରଞ୍ଜନ ପୁରୋହିତ ଗ୍ରାମକୁ ଆସି ଗ୍ରାମର ସ୍ବେଛାସେବୀ ମାନଙ୍କ ମାଧ୍ୟମରେ ବୌଦ୍ଧରୁ ଶବ କାଠ ଆଣି ଗ୍ରାମର ମଶାଣିରେ ପଂହଁଚାଇଥିଲେ ।
ସଙ୍ଗେସଙ୍ଗେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପ୍ରଦାନ କରି ଶୁଦ୍ଧକ୍ରିୟା ନିମନ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ଗ୍ରାମର ଜାତି ମାନେ ସହଯୋଗ ନ କରିବାରୁ ଜଗତି କେନ୍ଦ୍ରର ସଭାପତି ବିଶିକେଶନ ପ୍ରଧାନଙ୍କ ନିର୍ଦ୍ଧେଶକ୍ରମେ ସମ୍ପାଦକ ଶମ୍ଭୁ ଗିରି, କୋଷାଧକ୍ଷ ନିରଞ୍ଜନ ଗିରି, ଉପ ସଭାପତି ଅଗସ୍ତି କର୍ମୀ, ସଦସ୍ୟ ହେରମ୍ବ ଗିରି,ମହେନ୍ଦ୍ର ଗିରି,ଡ଼ୁମାଳ ପରିଷଦ ପୂର୍ବ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ, ମା ମାହେଶ୍ୱରୀ ସେନାର ରାଜ୍ୟ ସମ୍ପାଦକ ମହେନ୍ଦ୍ର ମହାକୁଡ଼,ସକ୍ରିୟ ସଦସ୍ୟ ଶଶୀ ମହାକୁଡ଼ ଓ ବସନ୍ତ ନାୟକ ଉପସ୍ଥିତ ରହି ସବ ସତ୍କାର କରି ବାପା ଭିକାରି ମହାକୁଡ଼ଙ୍କୁ ସମବେଦନା ଜ୍ଞାପଣ କରି ଝିଅର ସୁଦ୍ଧକ୍ରିୟା ସରିବା ପରେ ଯଦି ଚାହଁବେ ମଥୁରା ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମରେ ଥଇଥାନ କରିବା ପାଇଁ ଶ୍ରୀ ପଲିଆ ପ୍ରତିଶୃତି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31