Indus Valley Times

ଗୁରୁବାର ଠାରୁ ଖସିବ ପାରଦ, ବଢ଼ିବ ଶୀତ

 Breaking News

ଗୁରୁବାର ଠାରୁ ଖସିବ ପାରଦ, ବଢ଼ିବ ଶୀତ

December 04
13:18 2019

ଭୁବନେଶ୍ୱର, ୪ ।୧୨ : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ ଦେଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ । ତେବେ ଆସନ୍ତା ୪ ୮ ଘଣ୍ଟା ପରେ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବା ସହିତ ଶୀତ ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ମିଳିଛି ।
ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଛି । କୁହୁଡ଼ି ପ୍ରଭାବ ଆହୁରି ୪୮ ଘଣ୍ଟା ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉପକୂଳ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ଏହାଛଡ଼ା କୋରାପୁଟ , ମାଲକାନଗିରି, ଗଜପତି , ରାୟଗଡ଼ା ଆଦି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ ।
ବାତ୍ୟା ‘ବୁଲବୁଲ’ ଯିବା ପରେ ରାଜ୍ୟକୁ ଶୀତ ଆସିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ଦୁଇ ତିନିଟି ଜିଲ୍ଲାକୁ ବାଦ ଦେଲେ ରାତିର ସର୍ବନିମ୍ନ ତାପମାତ୍ରା ନିମ୍ନଗାମୀ ହୋଇନାହିଁ । ସୋମବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୧ ଡିଗ୍ରୀ ସେଲସିୟସ ଥିବାବେଳେ ସୁନ୍ଦରଗଡ଼ରେ ୧୩, ସୋନପୁରରେ ୧୪ ଓ ଅନୁଗୋଳରେ ୧୫.୬ ଡିଗ୍ରି ଉପରେ ରହିଛି । ମାତ୍ର ଅନ୍ୟାନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031