Legatus

ଗୁଳି ବାଜିବାରୁ ସାଥି ମାଓବାଦୀ ଛାଡି ଚାଲିଗଲେ, କିନ୍ତୁ ଦେବଦୂତ ସାଜିଲେ ଯବାନ

 Breaking News

ଗୁଳି ବାଜିବାରୁ ସାଥି ମାଓବାଦୀ ଛାଡି ଚାଲିଗଲେ, କିନ୍ତୁ ଦେବଦୂତ ସାଜିଲେ ଯବାନ

ଗୁଳି ବାଜିବାରୁ ସାଥି ମାଓବାଦୀ ଛାଡି ଚାଲିଗଲେ, କିନ୍ତୁ ଦେବଦୂତ ସାଜିଲେ ଯବାନ
May 28
14:39 2023

ମାଲକାନଗିରି,୨୮/୫ : ଗୁଳି ବିନିମୟରେ ଆହତ ହେଲେ ବୋଲି ମହିଳା ନକ୍ସଲ କମାଣ୍ଡାଣ୍ଟଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଗଲେ ସାଥୀ। ସର୍ଚ୍ଚ ଅପରେସନ୍ରେ ଯାଇଥିବା ବିଏସ୍ଏଫ୍ ଯବାନମାନେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ଏପରି ଖବର ଆସିଛ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଉପାଞ୍ଜୁର ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଅର୍ଥାତ ଆଜି ସକାଳେ ବିଏସ୍ଏଫ୍ ଯବାନମାନେ ସର୍ଚ୍ଚ ଅପରେସନ୍ରେ ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲେ ଯବାନ। ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ଚାଲିଲା ଗୁଳି ବିନିମୟ। ନକ୍ସଲଙ୍କ ଗୁଳିରେ ବିଏସ୍ଏଫ୍ର ଜଣେ ଯବାନ ଆହତ ହୋଇଥିଲେ। ସେପଟେ ଯବାନଙ୍କ ଗୁଳିରେ ଜଣେ ହାର୍ଡ କୋର୍ ମହିଳା ନକ୍ସଲ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇ ଜଙ୍ଗଲରେ ପଡ଼ିଥିଲେ। ଚାଲି ପାରୁନଥିବାରୁ ସାଥୀମାନେ ମହିଳା ନକ୍ସଲଙ୍କୁ ଛାଡ଼ି ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ।
ବିଏସ୍ଏଫ୍ ଯବାନମାନେ ଉପାଞ୍ଜୁର ଜଙ୍ଗଲ ସର୍ଚ୍ଚ ଅପରେସନ୍ କରିଥିଲା। ସେହି ସମୟରେ ଆହତ ମହିଳା ନକ୍ସଲଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କୁ ଯବାନମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଙ୍କେର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆହ ମହିଳା ନକ୍ସଲ ହେଉଛନ୍ତି ଜକଈ ଡିଭିଜନ୍ର କମାଣ୍ଡାଣ୍ଟ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31