ଗୃହ ପ୍ରବେଶ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ମାସ୍କ ବଣ୍ଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ,୧୫/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ନୂଆସାହି ଗ୍ରାମରେ ହୋଇଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଧାୟକଙ୍କ ଉପସ୍ଥିତିରେ ଆବାସ ଯୋଜନା ପାଇଥିବା ହିତାଧିକାରୀ ଫିତା କାଟି ଗୃହ ପ୍ରବେଶ କରିଥିଲେ। ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କରୋନା ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସା ସମଲ୍,ବିଜେଡ଼ି ସଭାପତି ସନାତନ ସାମଲ,ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ସ୍ଥାନୀୟ ସରପଞ୍ଚ ,ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଭାବେ ମହି ପୁର, ବେରୂ ଆଁ ବାରୀ, ସୋରଡ଼ା , ଆଦି ବିଭିନ୍ନ ପଞ୍ଚାୟତ ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।