Indus Valley Times

ଗେମ୍ ଖେଳିବା ପାଇଁ ବାପାଙ୍କ ଆକାଉଣ୍ଟରୁ ୫୮ହଜର ଟଙ୍କା ଖାଲି କରିଦେଲା ପୁଅ

 Breaking News

ଗେମ୍ ଖେଳିବା ପାଇଁ ବାପାଙ୍କ ଆକାଉଣ୍ଟରୁ ୫୮ହଜର ଟଙ୍କା ଖାଲି କରିଦେଲା ପୁଅ

October 25
15:00 2020

କେନ୍ଦୁଝର,୨୫। ୧୦: ଗେମ୍ ଖେଳୁଖେଳୁ ଆକାଉଣ୍ଟ ଖୋଳ କରିଦେଲା ପୁଅ । ଅନ୍‌ଲାଇନ୍‌ରେ ପାଢ଼ପଢ଼ିବା ପାଇଁ ବାପା ପୁଅକୁ ନିଜ ମୋବାଇଲ୍ ଫୋନ ଦେଇଥିଲେ । ହେଲେ ପୁଅ ପାଢ଼ପଢ଼ିବା ଯାଗାରେ ମୋବାଇଲ୍ ଫୋନ୍‌ରେ ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ୫୮ ହଜାର ଟଙ୍କା ଗୋଲକରିଦେଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ପୁରୁଣା ବଜାର ଅଞ୍ଚଳରେ । ଜଣେ ବ୍ୟବସାୟୀଙ୍କ ୧୦ ବର୍ଷର ପୁଅ ଫ୍ରି ଫାୟାର ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ୫୮ ହଜାର ଟଙ୍କା ଗାଏବ କରିଦେଇଛି ।
କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଦିଲ୍ଲୀପ କୁମାର ପାଣିଗ୍ରାହୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି।ଅନ୍ଲାଇନ୍ ପାଠପଢ଼ା ପାଇଁ ଅନେକ ସମୟରେ ତାଙ୍କ ୧୦ ବର୍ଷର ପୁଅ ମୋବାଇଲକୁ ବ୍ୟବହାର କରୁଥିଲା। ପାଠପଢ଼ା ପରେ ପୁଅ ଫ୍ରି ଫାୟାର ଗେମ୍ ଖେଳିବାବେଳେ କିଛି ବନ୍ଧୁକ ଓ ଗୁଳି କଣିଥିଲା। ଶ୍ରୀ ପାଣିଗ୍ରାହୀଙ୍କ ୨ଟି ବ୍ୟାଙ୍କର ଆକାଉଣ୍ଟ ମୋବାଇଲରୁ ହିଁ ପରିଚାଳନା ହେଉଥିଲା । ଏଥିରେ ଗୁଗୁଲ୍ ପେ ଓ ଫୋନ୍ ପେ ଆପ୍ ମଧ୍ୟ ରହିଥିଲା । ତେଣୁ ଫ୍ରି ଫାୟାର ଗେମ୍ ଖେଳିବାକୁ ପୁଅକୁ ସହଜ ହୋଇଥିଲା । ଗେମ୍ ଖେଳିବା ସମୟରେ ମୋବାଇଲକୁ ଅପରପଟୁ ଯେଭଳି ଆଦେଶ ଆସୁଥିଲା ସେହିଭଳି କରିବା ଦ୍ୱାରା ପ୍ରତି ଗେମ୍ ପିଛା ୮ଶହ କରି ଟଙ୍କା କଟିଯାଉଥିଲା । କିଛି ଦିନ ହେବ ବ୍ୟାବସାୟିକ କାମରେ ସେ ମୋବାଇଲ ନେଇ ପଶ୍ଚିମମଙ୍ଗକୁ ଯାଇଥିଲେ । ଟଙ୍କା ଉଠାଣ ସମୟରେ ଆକାଉଣ୍ଟ ଖାଲି ପଡ଼ିଥିବାରୁ ତାଙ୍କର ସନ୍ଦେହ ହେଲା ।ବ୍ୟାଙ୍କ ଅଫ୍ ବରୋଦା କେନ୍ଦୁଝର ଶାଖାରୁ ୨୮ ହଜାର ଟଙ୍କା ଏବଂ ଏସ୍ବିଆଇରୁ ୩୦ ହଜାର ଟଙ୍କା କଟିଯାଇଥିଲା । କେନ୍ଦୁଝର ଫେରିବା ପରେ ବ୍ୟାଙ୍କ୍କୁ ଯାଇ ବୁଝିବା ପରେ ଫ୍ରି ଫାୟାର ଗେମ୍ ପାଇଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପରେ ସେ ଏଟିଏମ୍ କାର୍ଡକୁ ରଦ୍ଦ କରିବାକୁ ବ୍ୟାଙ୍କକୁ ଲିଖିତ ଭାବେ ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031