Indus Valley Times

ଗୋଡ଼ି ପୋଖରୀ ସ୍ଥିତ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ମାତୃ ଦିବସ ପାଳନ

 Breaking News

ଗୋଡ଼ି ପୋଖରୀ ସ୍ଥିତ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ମାତୃ ଦିବସ ପାଳନ

May 12
09:51 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୨/୫: ଆଜି ସକାଳ ୮ ଘଟିକାରେ ସ୍ଥାନୀୟ ଗୋଡ଼ି ପୋଖରୀ ଛକ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ପବିତ୍ର “ମାତୃ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଗ୍ରାମରେ ଅବସ୍ଥିତ ବ୍ରହ୍ମାକୁମାରୀ ପାଠଶାଳାରୁ ଆସିଥିବା ଶତାଧିକ ମାଆ ମାନଙ୍କୁ ଓ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ତିଳକ ପ୍ରଦାନ କରି ସମ୍ମାନିତ କରିଥିଲେ ବ୍ରହ୍ମାକୁମାରୀ ସ୍ୱର୍ଣ୍ଣଲତା ଭଉଣୀ ।
ଅତିଥି ଭାବରେ ଖୋର୍ଦ୍ଧା ଇନର ହ୍ବିଲ୍ କ୍ଲବ୍ ର ସଭାପତି ଶ୍ରୀମତୀ ମନ୍ଦିରା ଦେ, ପ୍ରାକ୍ତନ ପ୍ରଧ୍ୟାପିକା ଶ୍ରୀମତୀ ମିନତା ମହାନ୍ତି, ସମାଜସେବୀ ଶ୍ରୀମତୀ ସୁକାନ୍ତି ପଟ୍ଟନାୟକ ଯୋଗଦାନ କରି ନାରୀଶକ୍ତିର ମହତ୍ତ୍ଵ ଓ ବିଶେଷତା ଶୁଣାଇବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପହଲଗାମ୍ ରେ ଦେହ ତ୍ୟାଗ କରିଥିବା ପର୍ଯ୍ୟଟକ ଓ ଭାରତ ପାକିସ୍ତାନ ଯୁଦ୍ଧରେ ଦେହ ତ୍ୟାଗ କରିଥିବା ଶହୀଦ ଭାରତୀୟ ସୈନିକଙ୍କର ଆତ୍ମାର ସଦଗତି ପାଇଁ ପରମାତ୍ମାଙ୍କ ନିକଟରେ ଶାନ୍ତି ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।
ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ କବିତା ମାଧ୍ୟମରେ ନାରୀ ଶକ୍ତିର ଗୁଣଗାନ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930