Indus Valley Times

ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ଶୀକାର

 Breaking News

ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ଶୀକାର

ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନରେ ଶୀକାର
February 05
16:39 2022

ଭବାନୀପାଟଣା, ୫/୨: ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶୀକାର ହୋଇଛନ୍ତି ସାମ୍ବାଦିକ ରୋହିତ ବିଶ୍ବାଳ।
ସୂଚନା ଅନୁସାରେ ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ମାଓବାଦୀମାନେ ଜଙ୍ଗଲରେ ପୋଷ୍ଟର ମାରିଥିଲେ ଏବଂ ବ୍ୟାନର ଲଗାଇଥିଲେ। ମାଓବାଦୀଙ୍କର ଏହି ପୋଷ୍ଟର ବ୍ୟାନର ଲାଗିଥିବା ସୂଚନା ପାଇଁ ରୋହିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍ ଗାଁ ଜଙ୍ଗଲକୁ ଯାଇଁ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ବଡ଼ଧରଣର ହୋଇଥିବାରୁ ଦୁଲେନ୍ ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ରୋହିତ ଛଟପଟ ହୋଇ ଅଳ୍ପ ସମୟ ମଧ୍ୟରେ ପ୍ରାଣ ହାରିଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାକପା(ମାଓବାଦୀ)କେକେବିଏନ୍ ଡିଭିଜନ କମିଟି ନାମରେ ଲାଲବାହିନୀ ଆଜି ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକାର୍ଲାଖୁଣ୍ଟା ମଣୀକେରା ମଧ୍ୟରେ ଅରସକୁପା ଗ୍ରାମ ଛକରେ ମାଓବାଦୀ ବିଭିନ୍ନ ବେନର, ହାତଲେଖା ପୋଷ୍ଟର ଓ ପ୍ରିଣ୍ଟ ପୋଷ୍ଟର ଆଦି ଅନେକ ମାତ୍ରରେ ଲଗାଇଥିଲେ। ଏଥିରେ ନିର୍ବାଚନ ବର୍ଜନ କରନ୍ତୁ ଗୋଲାମୀରୁ ମୁକ୍ତି ପାଆନ୍ତୁ ବୋଲି ଲେଖାଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ଲଢୁ ଥିବା ଓ କହୁଥିବା ବ୍ୟକ୍ତି ଉପରେ ରାଷ୍ଟ୍ର ହିଂସା ବନ୍ଦ କରାଯାଉ ଏବଂ ଆଦିବାସୀ ଅଞ୍ଚଳରୁ ସିଆରପିଏଫ୍ କେମ୍ପ କୁ ତୁରନ୍ତ ଉଠା ଯାଉ। ଫରେଷ୍ଟର ବଳପୂର୍ବକ ଦାଖଲ କରିଥିବା ଜମିକୁ ଆଦିବାସୀ ଓ ଦଳିତଙ୍କୁ ଫେରାଇ ଦିଆଯାଉ ଓ ଆଦିବାସୀ ଦଳିତ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ମାଓବାଦୀ ଆଳରେ ଲୋକଙ୍କୁ ଡକାୟତି କରୁଥିବା ବ୍ୟକ୍ତିକୁ ତୁରନ୍ତ ପୁଲିସ୍ ଗିରଫ କରୁ। ଗଞ୍ଜେଇ ଆଳରେ ପୁଲିସର ହିଂସା ଲୀଳା ବନ୍ଦ କରାଯାଉ ଏବଂ ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତି ପୁରାଣ ଦେଇ ତୁରନ୍ତ ରିହା କରୁ। ଲୋକଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ଓ ଆବଶ୍ୟକୀୟ ରାସନ୍ ସାମାନ ଯୋଗାଇ ଦିଆଯାଉ। ସରକାରୀ ନିଯୁକ୍ତି ବୟସ ସୀମା କ୍ୟାବିନେଟ୍ର ନିଷ୍ପତ୍ତିକୁ ରଦ୍ଦ କରାଯାଉ ଆଦି ଲେଖି ନିଜର ସକ୍ରିୟ ଉପସ୍ଥିତିକୁ ଜାହିର କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031