Legatus

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୂଆଗାଁ (ଲିଜେଣ୍ଡ)କୁ ପରାସ୍ତ କରି ନୂଆଗାଁ (ଏ) ଚମ୍ପିୟାନ

 Breaking News

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୂଆଗାଁ (ଲିଜେଣ୍ଡ)କୁ ପରାସ୍ତ କରି ନୂଆଗାଁ (ଏ) ଚମ୍ପିୟାନ

June 29
22:31 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୯/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥଲା।
ଗୁରୁବାର ଫାଇନାଲ ମ୍ୟାଚରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍ ଜିତି ନୂଆଗାଁ (ଏ) ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା। ୯୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଲିଜେଣ୍ଡ ଦଳ ୯୧ ରନ୍ କରିଥିଲା ଫଳରେ ୬ ରନ୍ ରେ ପରାସ୍ତ ଯାଇଥିଲା।
ବାବୁନାଥ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସଚିନ ନାୟକ ଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,କ.ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ସହଦେବ ପାତ୍ର ଓ ରଜନୀ କାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ୮୦୦୧ ଟଙ୍କା ସହ କପ୍ ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ କପ୍ ପ୍ରଦାନ କରିଥିଲେ ଏବଂ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ କୁ ଧବଳେ ମଲିକ ଓ ଦ୍ରାବିଡ଼ ମଲିକ ଅମ୍ପାୟାରିଂ କରିଥିବା ବେଳେ ଏନ୍.ସି.ସି କ୍ରିକେଟ କ୍ଲବ୍ ସଭାପତି ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ,ହାପି ନାୟକ, ସିପୁନ ଦିଗାଲ, ମିନୁ ସାହାଣୀ ଙ୍କ ସମେତ ଗ୍ରୁପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ବାଲିଗୁଡ଼ା : ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ , ଚାଳକ ଗୁରୁତର
ବାଲିଗୁଡ଼ା,୨୯/୬: ଭାରସାମ୍ୟ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଘଟଣା ପ୍ରକାରେ ଗୁରୁବାର ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବ୍ୟକ୍ତିଗତ କାର୍ଯ୍ୟ ସାରି ନିଜ ଗାଁ କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ପଞ୍ଚାୟତର କାଲିସରୁ ଗ୍ରାମକୁ ମୋଟରସାଇକେଲ ଯୋଗେ ଦୁଇଜଣ ଯୁବକ ଯିବା ସମୟରେ ବାଲିଗୁଡ଼ା ଥାନା ମୁସୁକୁଲି ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମାଇଲ ମିଟର ଖୁଣ୍ଟରେ ମୋଟର ସାଇକେଲ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆରୋହୀ କାର୍ତ୍ତିକ ମାଝୀ ଓ ଭୀମସେନ ମାଝୀ ହୋଇଥିବା ବେଳେ ଚାଳକ କାର୍ତ୍ତିକ ମାଝୀର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31