Indus Valley Times

ଘରେ ପଶିଲା ଦୁର୍ବୃତ୍ତ, ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା

 Breaking News

ଘରେ ପଶିଲା ଦୁର୍ବୃତ୍ତ, ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା

ଘରେ ପଶିଲା ଦୁର୍ବୃତ୍ତ, ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା
May 08
12:44 2023

ଅନୁଗୋଳ,୮/୫ : ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ। ତାଙ୍କୁ ୧୨ ବର୍ଷ ହୋଇଥିଲା। ଖୁସିଙ୍କ ଘର ତାଳଚେର ଡଅଁରାରେ ହୋଇଥିବା ଜଣାପଡ଼ିଛି।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ଖୁସି ତାଙ୍କ ମା’ ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଖୁସିକୁ ଆକ୍ରମଣ କରିଥିଲା। ଝିଅକୁ ଆକ୍ରମଣ କରୁଥିବା ଦେଖି ମା’ ତାକୁ ବିରୋଧ କରିଥିଲେ। ଦୁର୍ବୃତ୍ତ ଜଣଙ୍କ ଖୁସିଙ୍କ ମା’ଙ୍କୁ ଠେଲି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ଜଣଙ୍କ ଖୁସିର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲା।
ପରେ ଖୁସିକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେଉଁ କାରଣ ପାଇଁ ଦୁର୍ବୃତ୍ତ ଜଣଙ୍କ ନାବାଳିକାର ତଣ୍ଟିକାଟି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଏକ ତରଫା ପ୍ରେମ ଜନିତ କାରଣ ଏପରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତ ଦୁର୍ବୃତ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।
ଖୁସିଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓ ଗ୍ରାମରେ ଭଡ଼ାରେ ରହୁଥିଲେ। ଖୁସିଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031