Indus Valley Times

ଘରେ ପ୍ରସ୍ତୁତ କରନ୍ତୁ ଇମ୍ୟୁନିଟି ବୁଷ୍ଟର ଜୁସ୍‌; ବଢ଼ିବ ରୋଗ ପ୍ରତିରୋଧକ କ୍ଷମତା

 Breaking News

ଘରେ ପ୍ରସ୍ତୁତ କରନ୍ତୁ ଇମ୍ୟୁନିଟି ବୁଷ୍ଟର ଜୁସ୍‌; ବଢ଼ିବ ରୋଗ ପ୍ରତିରୋଧକ କ୍ଷମତା

August 03
12:25 2021

ଭୁବନେଶ୍ୱର, ୩/୮ : ଆଜିର ସମୟରେ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଲୋକେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏହା ସହିତ ଶରୀରରେ ଭିଟାମିନ୍-ସି ର ଉପସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକେ କାଢ଼ା ପିଉଛନ୍ତି। କାଢ଼ା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଅଧିକ ମାତ୍ରାରେ କାଢ଼ା ସେବନ ଦ୍ୱାରା ଶରୀରର କ୍ଷତି ହୋଇପାରେ। ଏପରି ପରିସ୍ଥିତିରେ କାଢ଼ା ସହିତ ଆପଣ କିଛି ବିଶେଷ ଇମ୍ୟୁନିଟି ବୁଷ୍ଟର୍ ମଧ୍ୟ ସେବନ କରିପାରିବେ। ଏହି ପାନୀୟ ଶରୀରକୁ ଥଣ୍ଡା ରଖିବା ସହ ରୋଗରୁ ମଧ୍ୟ ଦୂରେଇ ରଖିବ।
ପୋଦିନା ଲସି – ପୋଦିନାରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଭିଟାମିନ୍ – ଏ, ସି ଏବଂ ଇ ରହିଛି। ଏହି ସମସ୍ତ ଉପାଦାନ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗଲେ ଗ୍ରୀଷ୍ମ ଋତୁରେ ପୋଦିନା ଶରୀରକୁ ଥଣ୍ଡା ରଖିଥାଏ ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।
ଅପରପକ୍ଷରେ ଦହିରେ ପ୍ରି-ବାୟୋଟିକ୍ସ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ପୋଦିନା ଲସି ତିଆରି କରିବା ପାଇଁ କଦଳୀ ଏବଂ ସତେଜ ପୋଦିନା ଆବଶ୍ୟକ। ଗ୍ରାଇଣ୍ଡରରେ ଦହି, ପୋଦିନା, ଚିନି ପକାଇ ଗ୍ରାଇଣ୍ଡ କରିଦିଅନ୍ତୁ। ବର୍ତ୍ତମାନ ଏଥିରେ କିଛି ବରଫ ମିଶାନ୍ତୁ ଥଣ୍ଡା ଥଣ୍ଡା ସେବନ କରନ୍ତୁ। ଏହା ପେଟ ସମସ୍ୟା ଦୂର କରିବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା କରିବ। ଚିନି ବଦଳରେ ଆପଣ ଲୁଣ ଓ ଜିରା ଗୁଣ୍ଡ ପକାଇ ମଧ୍ୟ ତିଆରି କରିପାରିବେ।
ପଇଡ – ନଡ଼ିଆ ପାଣି ବା ପଇଡ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ପଇଡରେ ଅନେକ ପୋଷକ ତତ୍ତ୍ୱ ରହଛି। ପଇଡର କ୍ୟାଲୋରୀ ମାତ୍ରା ବହୁତ କମ୍। ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ଓଜନକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
ଏଥିରେ ପୋଟାସିୟମ୍, ଭିଟାମିନ୍ ସି ଏବଂ ମ୍ୟାଗ୍ନେସିୟମ୍ ରହିଛି। ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ।

ତରଭୁଜ ଓ ଡ୍ରାଏ ଫ୍ରୁଟସ ଜୁସ୍ – ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳର ଅଭାବ ପୂରଣ ହୁଏ। ଏହା ଶରୀରକୁ ଥଣ୍ଡା ମଧ୍ୟ ରଖେ। ଡ୍ରାଏ ଫ୍ରୁଟସ ମଧ୍ୟ ଶରୀରକୁ ସୁସ୍ଥ ରଖେ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ତରଭୁଜ ଏବଂ ଡ୍ରାଏ ଫ୍ରୁଟସ ଜୁସ ମଧ୍ୟ ସେବନ କରିପାରିବେ।
ଏହାକୁ ପ୍ରସ୍ତୁତ କରିବା ପାଇଁ ତରଭୁଜ ରସ, ବାଦାମ, ଖଜୁରୀ, ପେସ୍ତା, କାଜୁ ଏବଂ ତାଜା ପୋଦିନା ଆବଶ୍ୟକ। ଏହା ବ୍ୟତୀତ ଲେମ୍ବୁ ରସ, କଳା ଲୁଣ ଏବଂ ଚିନି ମଧ୍ୟ ଏଥିରେ ମିଶାଯାଏ। ଏହି ସବୁକୁ ଗ୍ରାଇଣ୍ଡରରେ ୫ ମିନିଟ୍ ପାଇଁ ଗ୍ରାଇଣ୍ଡ କରନ୍ତୁ। ବର୍ତ୍ତମାନ ଏଥିରେ ବରଫ ମିଶାନ୍ତୁ ପିଅନ୍ତୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031