Legatus

ଘରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଯୋଜନା କରି କୋଳଥିଆ ନାଗ ଛାଡ଼ିଥିଲା ସ୍ୱାମୀ

 Breaking News

ଘରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଯୋଜନା କରି କୋଳଥିଆ ନାଗ ଛାଡ଼ିଥିଲା ସ୍ୱାମୀ

November 23
20:02 2023

ଗଞ୍ଜାମ,୨୩/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ସାପ ଆପେ ଆପେ ଘରେ ପଶି ସେମାନଙ୍କୁ ମାରି ନଥିଲା।
ସେମାନଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଜାଣିଶୁଣି ଛଡ଼ା ଯାଇଥିଲା। ସାପକୁ ଘରେ ଛାଡ଼ିଥିଲେ ନିଜେ ମୃତ ମହିଳାଙ୍କ ସ୍ୱାମୀ ତଥା ସେହି ଛୋଟ ଝିଅର ବାପା। କବିସୂର୍ଯ୍ୟନଗର ପୁଲିସ୍ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।
ଏହି ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ। ସ୍ତ୍ରୀ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତା ଶୋଇଥିବା ବେଳେ ଘରେ ସାପ ଛାଡ଼ିଥିଲେ ଗଣେଶ ପାତ୍ର। ସେ ଏକ କୋଳଥିଆ ନାଗ ସାପ ଘରେ ଛାଡ଼ିଥିଲେ। ନାଗ ସାପଟିକୁ ସେ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ ବୋଲି ଜଣାପଡ଼ିଛି।
ମୃତ ବାସନ୍ତୀଙ୍କ ବାପା ବି. ଖଲି ପାତ୍ର କହିଛନ୍ତି ଯେ ୩ ବର୍ଷ ତଳେ ସେ ତାଙ୍କ ଝିଅକୁ ଗଣେଶ ପାତ୍ର ସହିତ ବିବାହ କରାଇଥିଲେ। ସେ (ଗଣେଶ ପାତ୍ର) ସେତେବେଳେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସ୍ଥାନରେ କାମ କରୁଥିଲେ। କିନ୍ତୁ ବିବାହ ପରେ କାମ କରିବାକୁ ଗଲେ ନାହିଁ। ବିଭିନ୍ନ ସମୟରେ ଝିଅକୁ ହଇରାଣ କରୁଥିଲେ। ସେ ନେଇ ଥାନାରେ କେସ୍ ମଧ୍ୟ ହୋଇଥିଲା।
ସେ ଆହୁରି କହିଛନ୍ତି, ଗଣେଶଙ୍କର ତାଙ୍କର ଜଣେ ଭାଉଜଙ୍କ ସହିତ ସଂପର୍କ ଅଛି। ସେଥିପାଇଁ ସେ ମୋ ଝିଅକୁ ଡିଭୋର୍ସ ଦେବାକୁ ଚାହୁଁଥିଲେ। କିନ୍ତୁ ଆମେ ଥାନାରେ କେସ୍ କରିଥିବାରୁ ଡିଭୋର୍ସ ହୋଇପାରି ନଥିଲା। ତେଣୁ ସେ ମୋ ଝିଅକୁ ସବୁଦିନ ପାଇଁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରି ଘରେ ସାପ ଛାଡ଼ି ହତ୍ୟା କରିଛନ୍ତି।
କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ବାସନ୍ତୀ ଓ ତାଙ୍କ ଝିଅର ମୃତ୍ୟୁ ସାପ କାମୁଡ଼ିବା ଯୋଗୁଁ ହୋଇଥିଲା। ଗାଁ ଲୋକେ ସାପଟିକୁ ବାଡ଼େଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ସାପ କାମୁଡ଼ାରେ ସେମାନଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜାଣି ମୃତ ମହିଳାଙ୍କ ବାପା ଆଉ ଏକ ଏତଲା ଦେଇଥିଲେ। ଏହା ପରେ ତଦନ୍ତ ସେହି ଦିଗରେ ହୋଇଥିଲା।
ଅଭିଯୁକ୍ତ କେ. ଗଣେଶ ପାତ୍ର କହିଛନ୍ତି, ମୁଁ ଘରେ ସାପ ଛାଡ଼ି ମୋ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଛି ବୋଲି ମୋ ଶ୍ୱଶୁର ମିଛ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930