Indus Valley Times

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

 Breaking News

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା
February 19
20:21 2023

ତେଲକୋଇ,୧୯/୨: ଆଠ କଳସ ଓ ସାତ ଦୀପକୁ ସାକ୍ଷୀ ରଖି ବିବାହ କରିବା ସମୟରେ ସ୍ତ୍ରୀକୁ ଦେଇଥିବା ପ୍ରତିଶ୍ରୁତି ସ୍ବାମୀ ଭୁଲି ଯାଇଛି। ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଅଭିଯୁକ୍ତ ହେଲା ରଥିଆ ସେଠୀ।
ସୂଚନା ଅନୁସାରେ ପାରିବାରିକ କହଳ ଓ ଯୌତୁକକୁ ନେଇ ରଥିଆ ସେଠୀ ଓ ତା ସ୍ତ୍ରୀ ସୁଲୋଚନା ବେହେରାଙ୍କ ମଧ୍ୟରେ ଅନେକ ଦିନ ହେଲା କଳହ ଲାଗି ରହିଥିଲା। ଆଜି ଏହା ଉଗ୍ରରୂପ ନେଇଥିଲା। ରଥିଆ ଏଥିରେ ଉତ୍ତେଜିତ ହୋଇଥିଲା। ଏହା ପରେ ଘର ଭିତରୁ ଟାଙ୍ଗିଆ ଆଣି ସ୍ତ୍ରୀଙ୍କ ଉପରେ ଚୋଟ ପକାଇଥିଲା। ସ୍ବାମୀର ଟାଙ୍ଗିଆ ଚୋଟର ଶିକାର ହେଲା ପରେ ସୁଲୋଚନାଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କୁ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ରଥିଆ ତେଲକୋଇ ଥାନାରେ ଆତ୍ମ ସମର୍ପଣ କରିଛି।
ଯୌତୁକ ନିର‌୍ୟାତନା ସହିତ ଜୀବନରେ ମାରି ଦେବାକୁ ଶାଶୁଘର ଲୋକ ପୂର୍ବରୁ ଧମକ ଦେଉଥିଲେବୋଲି କନ୍ୟାପିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ତହସିଲଦାର, ସଦର ଏସଡିପିଓ, ଥାନା ଅଧିକାରୀଣୀ ତଥା ସାଇନ୍ସଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031