Indus Valley Times

ଘରୋଇ ଜମିରେ ଟଣା ହେଉଛି ୧୧ କେଭି ବିଦ୍ୟୁତ ତାର ; ପ୍ରତିବାଦ କଲେ ଜମି ମାଲିକଙ୍କୁ ମିଳୁଛି ହତ୍ୟା ଧମକ

 Breaking News

ଘରୋଇ ଜମିରେ ଟଣା ହେଉଛି ୧୧ କେଭି ବିଦ୍ୟୁତ ତାର ; ପ୍ରତିବାଦ କଲେ ଜମି ମାଲିକଙ୍କୁ ମିଳୁଛି ହତ୍ୟା ଧମକ

ଘରୋଇ ଜମିରେ ଟଣା ହେଉଛି ୧୧ କେଭି ବିଦ୍ୟୁତ ତାର ; ପ୍ରତିବାଦ କଲେ ଜମି ମାଲିକଙ୍କୁ ମିଳୁଛି ହତ୍ୟା ଧମକ
September 04
21:01 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୯ : ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପରିଛଳ ଗୋପାଳପୁର ଗାଁରେ ଜନୈକ ଚାଷୀଙ୍କ ଜମିରେ ଜୋରଜବରଦସ୍ତ ୧୧ କେଭି ବିଦ୍ୟୁତ ତାର ଟାଣିବା ନେଇ ପ୍ରତିବାଦ କଲେ ଜମି ମାଲିକଙ୍କୁ ହତ୍ୟା ଧମକ ଦିଆଯାଉଥିବା ଉକ୍ତ ଜମି ମାଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଜମି ମାଲିକ ଏନେଇ ଉଠାଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ ପ୍ରଭୃତିଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ଅଭିଯୋଗ ଅନୁସାରେ ଗୋପାଳପୁରର ନିରଞ୍ଜନ ମୁଦୁଲି ଜଣେ ଚାଷୀ। ଚାଷ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ମାତ୍ର ତାଙ୍କ ଚାଷ ଜମି ମଝି ଦେଇ ତାଙ୍କ ଗ୍ରାମର ୩ ଜଣ ପ୍ରଭାବଶାଳୀ ବ୍ୟକ୍ତି ବଳପୂର୍ବକ ବିଦ୍ୟୁତ ବିଭାଗ ଓ ଠିକାଦାରଙ୍କୁ ହାତବାରିସୀ କରି ୧୧ କେଭି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ଟାଣିବାକୁ ଉଦ୍ୟମ କରୁଛନ୍ତି । ଯାହାକୁ ନିରଞ୍ଜନ ବିରୋଧ କରିଛନ୍ତି।
ଜମି ମାଲିକଙ୍କ କହିବା ଅନୁସାରେ ଉକ୍ତ ବିଦ୍ୟୁତ ତାର ତାଙ୍କ ଜମିରେ ଥିବା ଆମ୍ବଗଛ ଡାଳ ଭିତରେ ଯାଉଥିବାବେଳେ ଯେଉଁ ଚାଷଜମି ଉପର ଦେଇ ଯାଉଛି ଉକ୍ତ ଜମିରେ ସେ ଆଇଏଫଏସ୍ ମଡେଲ ରେ ଏକ ଫାର୍ମ ଲାଗି ଆବେଦନ କରିଛନ୍ତି । ୧୧ କେଭି ମୁକୁଳା ତାର ଦ୍ୱାରା ଭବିଷ୍ୟତରେ ଆମ୍ବଗଛରେ ବିଦ୍ୟୁତ ପ୍ରବାହିତ ହୋଇ ଜୀବନହାନୀ ହେବାର ସମ୍ଭାବନା ରହିଛି । ଏଥିସହିତ ନିରଞ୍ଜନଙ୍କ ଫାର୍ମ ପୋଖରୀ ଉପର ଦେଇ ଉକ୍ତ ତାର ଗଲେ ପୋଖରୀଟି ବାତିଲ ହେବାର ଆଶଙ୍କା ରହିଛି ।
ସେହିପରି ଏହି ଅଂଚଳରେ ହାତୀ ଚଳପ୍ରଚଳ ରହିଥିବାରୁ ଉକ୍ତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟିବା ମଧ୍ୟ ସମ୍ଭାବନା ରହିଛି ।
ଏ ସମ୍ପର୍କରେ ବିଦ୍ୟୁତ ତାର ତାଙ୍କ ଜମି ଭିତରେ ନ ନେବା ଲାଗି ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ବିଭିନ୍ନ ପ୍ରକାର ଗାଳିମନ୍ଦ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଏନେଇ ନିରଞ୍ଜନ ତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ସରପଞ୍ଚ ଓ ଭଦ୍ରବ୍ୟକ୍ତିଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିଲାନି । ପରେ ନିରଞ୍ଜନ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସଡିଓ, କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ।
ମାତ୍ର ଅଭିଯୋଗକୁ ବିଭାଗୀୟ ଅଧିକାରୀ ଗୁରୁତ୍ୱ ନ ଦେଇ ଆଞ୍ଚଳିକ କର୍ମଚାରୀଙ୍କ ମାଧ୍ୟମରେ ନିରଞ୍ଜନଙ୍କୁ ଗାଳିଗୁଲଜ କରି ଜବରଦସ୍ତ ଖୁଣ୍ଟରେ ଚଢ଼ି କାମ କରିବା ସହ ଆମ୍ବଗଛର ଡାଳ ହାଣିଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ମଙ୍ଗଳବାର ଉକ୍ତ ବ୍ୟକ୍ତିମାନେ ଜମି ଉପରେ ଗଣ୍ଡଗୋଳ କରିବା ଉଦେଶ୍ୟରେ ଭଡାଟିଆ ମହିଳା ଆଣି ଢାଲ କରି ଜବରଦସ୍ତ ଖୁଣ୍ଟରେ ତାର ଟାଣିଛନ୍ତି । ନିରଞ୍ଜନ ଓ ତାଙ୍କ ପୁଅ ପ୍ରତିବାଦ କରିବାରୁ ସେଠାରେ ମାରି ପୋତିଦେବାକୁ ଧମକ ଦେଇଥିଲେ ।
ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ନିରଞ୍ଜନ ଏନେଇ ବେଗୁନିଆ ଥାନାରେ ମଧ୍ୟ ଅଭିଯୋଗ କରିଥିବା ବେଳେ ଭୟରେ ତାଙ୍କ ପରିବାର ଚାଷ ଜମିକୁ ଯାଇପାରି ନ ଥିବା କହିଛନ୍ତି । ତେଣୁ ନ୍ୟାୟ ଦାବିରେ ବୁଧବାର ଦିନ ନିରଞ୍ଜନ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଭବିଷ୍ୟତରେ ବିପଦ ଆଶଙ୍କା ଥିବା ୧୧ କେଭି ବିଦ୍ୟୁତ ତାରକୁ ଚାଷଜମି ଉପରୁ ସ୍ଥାନାନ୍ତରିତ କରାଯାଇ ଅନ୍ୟ ସ୍ଥାନରେ ସୁରକ୍ଷିତ ଭାବେ ବିଦ୍ୟୁତ ସଂଯୋଗ କରାଯିବାକୁ ସେ ନିବେଦନ କରିଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ଲାଗି ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031