Indus Valley Times

ଘାଟିରେ ଲୁଟ୍ ଘଟଣାରେ ୪ ଦୁର୍ବୃତ୍ତ ଗିରଫ : ଲୁଟ୍ ମୋବାଇଲ୍ ସାଜିଲା କାଳ, ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଧରିଲା

 Breaking News

ଘାଟିରେ ଲୁଟ୍ ଘଟଣାରେ ୪ ଦୁର୍ବୃତ୍ତ ଗିରଫ : ଲୁଟ୍ ମୋବାଇଲ୍ ସାଜିଲା କାଳ, ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଧରିଲା

ଘାଟିରେ ଲୁଟ୍ ଘଟଣାରେ ୪ ଦୁର୍ବୃତ୍ତ ଗିରଫ : ଲୁଟ୍ ମୋବାଇଲ୍ ସାଜିଲା କାଳ, ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଧରିଲା
April 03
21:49 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାମନବମୀ ଦିନ ଶିକପଡା ରାମଘାଟି ନିକଟରେ ହୋଇଥିବା ଲୁଟ୍‌ତରାଜ ଘଟଣାର ପର୍ଦ୍ଦାଫାଶ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ଫୁଲବାଣୀ ସଦର ଓ ଖଜୁରୀପଡ଼ା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଚୋରା ବାଇକ୍, ମୋବାଇଲ୍ ଓ ମାରଣାସ୍ତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ରାମନବମୀ ଦିନ ଫୁଲବାଣୀ ଅଭିମୁଖେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ଶଙ୍କରାଖୋଲ ନିକଟସ୍ଥ ଶିକପଡା ରାମଘାଟିଠାରେ ଏହି ୪ଜଣ ଦୁର୍ବୃତ୍ତ ଅଟକାଇଥିଲେ। ସେଠାରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ବାଇକ୍, ମୋବାଇଲ୍ ଓ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ।
ବାଇକ ଆରୋହୀ ବ୍ୟକ୍ତି ଙ୍କ ଅଭିଯୋଗ କ୍ରମେ ଟିକାବାଲି ଥାନା କେସ୍ ନଂ. ୭୧/୨୬, ଧାରା ୩୦୯(୬) ବି ଏନ ଏସ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଲୁଟେରାମାନେ ଲୁଟିଥିବା ମୋବାଇଲ୍ ଫୋନରେ ନିଜର ସିମ୍ କାର୍ଡ ପକାଇବା ମାତ୍ରେ ପୋଲିସ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେମାନଙ୍କ ଲୋକେସନ୍ ଚିହ୍ନଟ କରିଥିଲା ଏବଂ ଚଢ଼ାଉ କରି ସମସ୍ତଙ୍କୁ ଗିରଫ କରିଥିଲା। ପୋଲିସ ପଞ୍ଜାରେ ଥିବା ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ଥାନା ଗବାସୋରୁ ଗ୍ରାମର ଯୁଧିଷ୍ଠିର ପ୍ରଧାନ ଓରଫ କଦୁଲୁ (୨୪), କାଣ୍ଡପଡ଼ା ଗ୍ରାମର ରାଜେଶ କହଁର ଓରଫ ରାଜା (୨୦), ଫୁଲବାଣୀ ସଦର ଥାନା ବାଡିସୁଗା ଗ୍ରାମର ଘନଶ୍ୟାମ କହଁର ଓରଫ ଘନା (୨୩) ଏବଂ ପରମେଶ୍ୱର କହଁର ଓରଫ ଜୁଣ୍ଡି (୧୯) ।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ ଟି ମୋଟର ସାଇକେଲ, ଏକ ଧାରୁଆ ଛୁରୀ, ୨ ଟି କାଠ ବାଡ଼ି, ୪ ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୮୨୦ ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଜି.ଉଦୟଗିରି ସ୍ଥିତ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି।
ଏହି ଗ୍ୟାଙ୍ଗର ଅନ୍ୟ କେଉଁ କେଉଁ ସ୍ଥାନରେ ସଂପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ପୋଲିସ କହିଛି ।
ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ , ୨ ଗିରଫ
ବାଲିଗୁଡା, ୩/୪: ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ପଟୁ ଭଞ୍ଜନଗର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ।
ଏହାକୁ ଭିତ୍ତି କରି ପୋଲିସ ଟିମ୍ ଗାଡ଼ିଟିକୁ ପିଛା କରିଥିଲା। ତେଙ୍ଗେଡାପଥର ନିକଟସ୍ଥ ସିଙ୍ଗାପୁଳି ବ୍ରିଜ ପାଖରେ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୬୨ କିଲୋ ୩୩୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ବିଡାନାସୀ ନୂଆଁସାହି ଅଞ୍ଚଳର କୈଳାସ ଚନ୍ଦ୍ର ଦାସ (୪୮) ଏବଂ ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଆଁ ଗ୍ରାମର ନିରଞ୍ଜନ ପଣ୍ଡା (୪୬)। ଏନେଇ ଟିକାବାଲି ଥାନା କେଶ ନଂ. ୭୨/୨୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31