Indus Valley Times

ଘୋଡ଼ାକୁ ବିଜେପି ରଙ୍ଗରେ ରଙ୍ଗୀନ କରାଇବାର ମହାଙ୍ଗା ପଡ଼ିଲା: ଥାନାରେ ରୁଜୁ ହେଲା ମାମଲା

 Breaking News

ଘୋଡ଼ାକୁ ବିଜେପି ରଙ୍ଗରେ ରଙ୍ଗୀନ କରାଇବାର ମହାଙ୍ଗା ପଡ଼ିଲା: ଥାନାରେ ରୁଜୁ ହେଲା ମାମଲା

August 20
20:10 2021

ଇନ୍ଦୋର, ୨୦/୮: ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ଜନ ସମ୍ପର୍କ ପଦଯାତ୍ରାକୁ ନେଇ ବିବାଦ ଦେଖାଯାଇଛି। ନିଜର ପ୍ରଚାର କରିବାକୁ ବିଜେପି ଗୋଟିଏ ଘୋଡ଼ା ଦେହରେ ଦଳୀୟ ପତାକାକୁ ରଙ୍ଗ ଦ୍ୱାରା ଚିତ୍ରିତ କରିଛି। ଏହି ଘୋଡ଼ାଟି ପଦଯାତ୍ରାରେ ମଧ୍ୟ ସାମିଲ ହୋଇଥିଲା।
ତେବେ ଏହାକୁ ବିଜେପି ସାଂସଦ ମାନେକା ଗାନ୍ଧି ଜୋରଦାର ବିରୋଧ କରିଛନ୍ତି। ତାଙ୍କ ଏନଜିଓ ପଶୁ ସୁରକ୍ଷା ଉପରେ କାମ କରୁଥିବାରୁ ଘୋଡ଼ା ଦେହରେ ଏଭଳି ଦଳୀୟ ପତାକା ଅଙ୍କା ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ। ଏଥିପାଇଁ ଏନଜିଓ ପକ୍ଷରୁ ଇନ୍ଦୋର ପୁଲିସ୍ ନିକଟରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି।
ବିଜେପି ପକ୍ଷରୁ ଦେଶର ୨୨ଟି ରାଜ୍ୟରେ ନୂଆ କେନ୍ଦ୍ରମନ୍ତ୍ରୀମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜନ ସମ୍ପର୍କ ପଦଯାତ୍ରା କରାଯାଉଛି। ଏହିକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଇନ୍ଦୋରରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିଲା।
ଏହି ଯାତ୍ରା ପାଇଁ ପୂର୍ବତନ ପୌରପାଳିକା କର୍ପୋରେଟର ରାମଦାସ ଗର୍ଗ ଗୋଟିଏ ଘୋଡ଼ାକୁ ଭଡ଼ାରେ ଆଣିଥିଲେ। ସେ ଘୋଡ଼ାକୁ ଆଣିବା ପରେ ତା’ର ପୂରା ଶରୀରକୁ ବିଜେପି ପତାକାରେ ରଙ୍ଗୀନ କରାଯାଇଥିଲା। ଘୋଡ଼ା ଦେହରେ କମଳା, ଗ୍ରୀନ ରଙ୍ଗ ବୋଳା ଯିବା ସହ ପଦ୍ମ ମଧ୍ୟ ଅଙ୍କା ଯାଇଥିଲା। ତା’ ଶରୀରରେ ବିଜେପି ମଧ୍ୟ ଲେଖାଯାଇଥିଲା। ଘୋଡ଼ାଟି ଏପରି ଅବସ୍ଥାରେ ଯାତ୍ରାରେ ସାମିଲ ହୋଇଥିଲା।
କିନ୍ତୁ ମାନେକା ଗାନ୍ଧିଙ୍କ ଏନଜିଓ ପୁଲିସ୍ରେ ଅଭିଯୋଗ କରି The Prevention of Cruelty to Animals Act, ୧୯୬୦ରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛି। ଏଥିସହ ସେମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031