Indus Valley Times

ଚର୍ଚ୍ଚାରେ କୁବେର ବାବୁ ସନ୍ତୋଷ ଦାସ : ସର୍ବାଧିକ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

 Breaking News

ଚର୍ଚ୍ଚାରେ କୁବେର ବାବୁ ସନ୍ତୋଷ ଦାସ : ସର୍ବାଧିକ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

ଚର୍ଚ୍ଚାରେ କୁବେର ବାବୁ ସନ୍ତୋଷ ଦାସ : ସର୍ବାଧିକ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
November 26
17:55 2021

ଭୁବନେଶ୍ୱର,୨୬/୧୧ : ଚର୍ଚ୍ଚାରେ ସରକାରୀ ବାବୁ! ଏମାନେ କୌଣସି ଭଲ କାମ କରି ନୁହେଁ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ସରକାରୀ ରାଜ ସୁଖ ଉପଭୋଗ କରୁଥିବା ଏହି ବାବୁମାନଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା ହୋଇଯାଇଛି।
ବାବୁଙ୍କ ସମ୍ପତ୍ତି ଓ ଟଙ୍କା ଗଣିଗଣି ନୟାନ୍ତ ହେଲାଣି ଭିଜିଲାନ୍ସ। ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କ ଗିରଫ ପରେ ଏ ତାଲିକା ଦିନକୁ ଦିନ ଲମ୍ୱିବାରେ ଲାଗିଛି। ଏ ସବୁ ଭିତରେ ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କରିଛନ୍ତି ଗତକାଲି ଧରା ପଡ଼ିଥିବା କୁବେର ବାବୁ ସନ୍ତୋଷ ଦାସ। ତାଙ୍କଠାରୁ ସର୍ବାଧିକ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।
ବାରିପଦା ITDA ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ସନ୍ତୋଷ ଦାସ। ସେ ଚାକିରି କାଳରେ ଅମାପ ସମ୍ପତ୍ତି ଠୁଳ କରିଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘର ଓ ଅଫିସ୍ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅମାପ ସମ୍ପତ୍ତି ପାଇଥିଲା। ତେବେ ତାଙ୍କ ଘରୁ ମିଳିଥିଲା ନଗଦ ୪୧ ଲକ୍ଷ ୭୭ ହଜାର।
ପ୍ରତାପ ସାମଲ। ପ୍ରତାପ ସାମଲଙ୍କ ଘରୁ ନଗଦ ୩୮ ଲକ୍ଷ ଠାବ କରିଥିଲା ଭିଜିଲାନ୍ସ। ତିନି ନମ୍ୱରରେ ଅଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ RO ନରୋତ୍ତମ ବେହେରା। ତାଙ୍କଠାରୁ ୧୬.୫୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଚାରି ନମ୍ୱରରେ ଅଛନ୍ତି ଭବାନୀପାଟଣା ସ୍ପେଶାଲ ପିପି ଆଶୁତୋଷ ମିଶ୍ର।
ତାଙ୍କଠାରୁ ମିଳିଛି ୧୫.୬୦ ଲକ୍ଷ। ପଞ୍ଚମରେ ଅଛନ୍ତି ବାଲିଗୁଡ଼ା ଚଇ PA ITDA ମୁଖ୍ୟ କିରାଣି ବସନ୍ତ ପାଣି। ତାଙ୍କଠାରୁ ୧୩.୨୫ ଲକ୍ଷ ମିଳିଛି। ଷଷ୍ଠରେ ଅଛନ୍ତି ଷ୍ଟାଫ୍ ସିଲକ୍ସନ କମିଶନଙ୍କ ସଚିବ ବିରଞ୍ଚି ସାହୁ। ତାଙ୍କଠାରୁ ମିଳିଛି ୧୨.୪୬ ଲକ୍ଷ ଟଙ୍କା। ସପ୍ତମରେ ଅଛନ୍ତି ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ। ତାଙ୍କଠାରୁ ଭିଜିଲାନ୍ସ ୧୦.୦୭ ଲକ୍ଷ ଟଙ୍କା ଜବତ କରିଛି।
ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ରାଜ୍ୟରେ 5-T ଫର୍ମୁଲାରେ ଶାସନ ବ୍ୟବସ୍ଥା ଚାଲୁଥିବା ବେଳେ ଏ ବାବୁମାନେ ଚାକିରି କାଳ ଭିତରେ କେମିତି କୋଟି କୋଟି ଟଙ୍କା ରୋଜଗାର କଲେ? ଏହି ଚେର କେତେ ବାଟ ପର୍ଯ୍ୟନ୍ତ ଲମ୍ୱିଛି? ଏମାନଙ୍କ ପଛରେ ଆଉ ଅଦୃଶ୍ୟ ହାତ ନାହିଁ ତ?

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031