Indus Valley Times

ଚର୍ଚ୍ଚିତ ନଗଡ଼ାରେ ପାଦ ଥାପି ପାରିନି କରୋନା

 Breaking News

ଚର୍ଚ୍ଚିତ ନଗଡ଼ାରେ ପାଦ ଥାପି ପାରିନି କରୋନା

July 08
18:55 2021

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୮/୭ : ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅପପୁଷ୍ଟିର ଉପତ୍ୟକା ନଗଡ଼ା ଏଯାବତ୍ ବିଶ୍ବ ମହାମାରୀ କରୋନା କବଳରୁ ମୁକ୍ତ ରହିଛି। ଶନିବାର ପ୍ରଥମ କରି ନଗଡ଼ାର ୬୯ ଜଣ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷଣ କରାଯାଇଥିଲେ ହେଁ ସବୁ ରିପୋର୍ଟ ନେଗେଟିଭ୍ ଆସିଛି। ଉପର, ମଝି ଓ ତଳନଗଡ଼ାର ୩୩ ଜଣ ପୁରୁଷ, ୩୨ ଜଣ ମହିଳା ଓ ୪ ଜଣ ଶିଶୁ ନିଜର କରୋନା ପରୀକ୍ଷା କରାଇଥିଲେ।
ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡା ଓ ଉପର ନଗଡ଼ା ମଣ୍ଡପରେ ଅନୁଷ୍ଠିତ ୨ଟି ପୃଥକପୃଥକ କରୋନା ପରୀକ୍ଷଣ ଶିବିରକୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପିଏଚ୍ଇଓ ରଶ୍ମୀପ୍ରଭା ଖଟୁଆ ଓ ସିଡିପିଓ ସଂଯୁକ୍ତା କାନୁନଗୋ ଉଦ୍‌ଘାଟନ କରିଥିଲେ। ଦୁଇ ଅଧିକାରିଣୀ ବହୁ ଅବୁଝା ଜୁଆଙ୍ଗଙ୍କୁ ବୁଝାଇ ପରୀକ୍ଷଣ ପାଇଁ ରାଜି କରାଇଥିଲେ। ଅନସୂୟା ରାଉତ, ସନ୍ତୋଷିନୀ ପାହିଲ ଓ ବିକ୍ରମ କେଶରୀ ରାଉତ ପରୀକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ତେବେ ଅଧିକାଂଶ ଲୋକ ପରୀକ୍ଷଣକୁ ଡରି ଘରେ ଲୁଚିଥିଲେ। ଆଉ କିଛି ଚାଷବାସ ବାହାନାରେ ତଇଳା ଓ ଜଙ୍ଗଲ ଆଡ଼କୁ ପଳାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031