Legatus

ଚଳନ୍ତା ବସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍

 Breaking News

ଚଳନ୍ତା ବସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍

ଚଳନ୍ତା ବସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍
April 26
13:43 2024

ଢେଙ୍କାନାଳ, ୨୬/୪: ବସରେ ଥିଲେ ୪୦ ଯାତ୍ରୀ। ଦ୍ରୁତ ଗତିରେ ବସ୍ଟି ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ହଠାତ୍ ବିଚ୍ ରାସ୍ତାରେ ବସ୍ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍। ଏପରି ଏକ ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
‘ପ୍ରିୟାଂଶି’ ନାମକ ବସ୍ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ରାଜପଥ ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା।
ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି। ଏଥିଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବହୁ ସମୟ ପର‌୍ୟ୍ୟନ୍ତ ବ୍ୟାହତ ହୋଇଥିଲା।
ପୁଲିସ୍ ପହଞ୍ଚି ଜଳି ଯାଇଥିବା ବସ୍କୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930