Indus Valley Times

ଚଳିତ ବର୍ଷ ଫିକା ପଡିବ ଦଶହରା ପୂଜା, ବିନା ଭକ୍ତରେ ମା’ଙ୍କ ପୂଜା

 Breaking News

ଚଳିତ ବର୍ଷ ଫିକା ପଡିବ ଦଶହରା ପୂଜା, ବିନା ଭକ୍ତରେ ମା’ଙ୍କ ପୂଜା

October 17
12:02 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୬/୧୦: ସାରାଦେଶରେ କରୋନା ମହାମାରୀ କାୟାବିସ୍ତାର କରି ଚାଲିଥିବା ବେଳେ ଏହି କରୋନା ମହାମାରୀ ସଂକ୍ରମଣକୁ ଆଶଙ୍କା କରି ସରକାର ବିଭିନ୍ନ କଟକଣାମାନ ଜାରି କରିଛନ୍ତି । ବର୍ତ୍ତମାନ ପାର୍ବଣର ଋତୁ ଚାଲୁଥିବା ବେଳେ ପାର୍ବଣକୁ ନେଇ ସରକାର କିଛିଟା କଟକଣା ଜାରିକରିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଚଳିତ ବର୍ଷ ଉତ୍ସାହ ଦେଖିବାକୁ ମିଳୁନାହିଁ । ବୈାଦ୍ଧଜିଲ୍ଲାରେ ଚଳିତ ବର୍ଷର ଦଶହରା ପୂଜା ପାଇଁ ମଣ୍ଡପ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ହେଲେ ଚଳିତ ବର୍ଷ ପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତିର ଉଚ୍ଚତା ଚାରି ଫୁଟ ହେବ ବୋଲି ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରକାଶ କରିଛନ୍ତି । ଶୁକ୍ର୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ପୂଜା କମିଟି ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ଚଳିତ ବର୍ଷ ପୂଜା ମଣ୍ଡପରେ ମାଇକ ଓ ସାଉଣ୍ଡ ବାଜି ପାରିବ ନାହିଁ କି ଆଲୋକର ସଜସଜ୍ଜା ହୋଇ ପାରିବ ନାହିଁ । ବିନା ଭକ୍ତରେ ପୂଜା କରାଯିବା ସହିତ ମଣ୍ଡପ ଗୁଡିକରେ ମାତ୍ର ୭ ଜଣ ମଧ୍ୟରେ ରହିବାକୁ ନିର୍ଦ୍ଦେଶ ରହିଛି । କେବଳ ଦେବୀଙ୍କ ଆହ୍ୱାନ ସମୟରେ ବାଜା ବଜା ଯାଇପାରିବ ବୋଲି ବୈଠକରେ ନିଷ୍ପତି ହୋଇଛି ।
ସେହିପରି ଜିଲ୍ଲାରେ ମନ୍ଦିର, ,ମସ୍‌ଜିଦ ଓ ଚର୍ଚ୍ଚ ଖୋଲିବାକୁ ନେଇ ସରକାରଙ୍କ ପକ୍ଷରୁ ମତାମତ ଲୋଡା ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ବୈଠକରେ ମତାମତ ଲୋଡା ଯାଇଥିଲା । ମନ୍ଦିର ଓ ମସ୍‌ଜିଦ ଖୋଲିବା ନେଇ ମନ୍ଦିର ଓ ମସଜିଦ ପରିଚାଳନା କମିଟି ପକ୍ଷରୁ ସହମତି ହୋଇଥିବା ବେଳେ ବାବୁସାହି ଠାରେ ଥିବା ଚର୍ଚ୍ଚର ପକ୍ଷରୁ କୋଭିଡ ପାଇଁ ଚର୍ଚ୍ଚ ବନ୍ଦ ରଖିବାକୁ ଚର୍ଚ୍ଚ କମିଟିର ସଦସ୍ୟ ମତ ଦେଇଥିଲେ ।
ବୈଠକରେ ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ କମିଟିର ସଦସ୍ୟମାନେ ଯୋଗଦେଇ ନ ଥିବାରୁ ତହସିଲଦାର ମାନଙ୍କ ମାଧ୍ୟମରେ ସେମାନଙ୍କ ଧାର୍ମିକ ଅନୁଷ୍ଠାନ ଖୋଲା ରହିବକି ନାହିଁ ସେନେଇ ମତାମତ ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ଉପଜିଲ୍ଲାପାଳ ଅଶ୍ୱିନୀ ମେହେର,ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବୈଠକର ଲକ୍ଷ ଉପରେ ଆଲୋକପାତ କରିଥିଲେ । କହିବାକୁ ଗଲେ ଚଳିତ ବର୍ଷ ପୂଜା ଖାଁ ଖାଁରେ ପାଳିତ ହେବ ଓ ଭକ୍ତଙ୍କ ଗହଳି ଦେଖିବାକୁ ମିଳିବ ନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031