Indus Valley Times

ଚାକିରୀରେ ଯୋଗ ନ ଦେଉଣୁ ଆଉ ଜଣେ ଆଇପିଏସଙ୍କ ଇସ୍ତଫା

 Breaking News

ଚାକିରୀରେ ଯୋଗ ନ ଦେଉଣୁ ଆଉ ଜଣେ ଆଇପିଏସଙ୍କ ଇସ୍ତଫା

ଚାକିରୀରେ ଯୋଗ ନ ଦେଉଣୁ ଆଉ ଜଣେ ଆଇପିଏସଙ୍କ ଇସ୍ତଫା
July 11
11:16 2026

ଭୁବନେଶ୍ୱର, ୧୧/୭ : ଭୁବନେଶ୍ୱର ଊଉଚ ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ ଓଚଝ ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ଚାକିରିରେ ଯୋଗଦେବାର ପ୍ରାୟ ଦୁଇ ବର୍ଷ ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେବା ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଯୁବ ଅଫିସର ଜଣକ ହେଲେ ୨୦୨୫ ବ୍ୟାଚର ଓଚଝ ସିଏ ରାମଦାସ । ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର‌୍ୟ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (ଝଠଚଘଚଇ)ରେ ତାଲିମ ନେଉଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାଲିମ ସରିବା ପୂର୍ବରୁ ହିଁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସେ କେଉଁ କାରଣ ପାଇଁ ଚାକିରି ଛାଡ଼ିଲେ, ସେ ନେଇ ସିଏ ରାମଦାସ କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031