Indus Valley Times

ଚାନ୍ଦପୁର ଠାରୁ ଏନ ଏଚ ୧୬ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ, ପୁନଃ ନିର୍ମାଣ ଦାବୀ

 Breaking News

ଚାନ୍ଦପୁର ଠାରୁ ଏନ ଏଚ ୧୬ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ, ପୁନଃ ନିର୍ମାଣ ଦାବୀ

July 13
16:16 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୩/୭: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଠାରୁ ଏନ ଏଚ ୧୬ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ। ଚାନ୍ଦପୁର ଅଞ୍ଚଳ ଯେଉଁଠାରେ କି ଓଡ଼ିଶାର ପ୍ରଥମ ଯକ୍ଷ୍ମା ଡାକ୍ତରଖାନା। ଯାହାକି ବର୍ତ୍ତମାନ ଜିଲ୍ଲାର କୋଭିଡ ଡାକ୍ତରଖାନା । ଚାନ୍ଦପୁର ଠାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାତ୍ର ଦୁଇ କିଲୋମିଟର କିନ୍ତୁ ଚାନ୍ଦପୁର ମେଡିକାଲକୁ ଦୁଇ ଜିଲ୍ଲାର ଶହ ଶହ ଲୋକ ନିର୍ଭର କରି ଚଳନ୍ତି। ଚାନ୍ଦପୁର ଅଞ୍ଚଳ ବି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ। ଡ଼ାକ୍ତରଖାନାକୁ ହେଉ କିମ୍ବା ବ୍ୟବସାୟ କରିବାକୁ ହେଉ ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡି ମୋଟର ଯାତାୟାତ ହୋଇଥାଏ କିନ୍ତୁ ରାସ୍ତା ଅବସ୍ଥା ଏପରି କି ଭଲ ଲୋକ ବି ରୋଗୀ ହୋଇ ଘରକୁ ଫେରିଥାଏ। ଖାଲ ଖମା ରାସ୍ତା ସହିତ ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି । ଏହି ରାସ୍ତା ଉପରେ ଦୈନନ୍ଦିନ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀ ଯିବା ଆସିବା କରୁଛନ୍ତି କିନ୍ତୁ ରାସ୍ତା ଉପରେ ନଦେଇ ଅଣଦେଖା କରି ପଳାଇ ଯାଉଛନ୍ତି। ଲୋକ ମାନଙ୍କ ଠାରୁ କଣ ମିଳିବ ବାବୁ ମାନେ ତ ଏସି କାରରେ ଯାଉଛନ୍ତି। ବାରମ୍ବାର ଅଭିଯୋଗ ପରେ ବିଭାଗୀୟ କତୃପକ୍ଷ କିଛି ବାଟ ରାସ୍ତା ମରାମତି କରି ଛାଡ଼ିଦେଲେ କିନ୍ତୁ ଯେତିକି ବି ମରାମତି କରାଗଲା କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତା ଅବସ୍ଥା ପୁର୍ବ ରାସ୍ତା ଠାରୁ ବି ଅଧିକ ଶୋଚନୀୟ। ବର୍ତମାନ ଏହି ରାସ୍ତା ଉପରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଅଘଟଣ ଘଟିବାରେ ଲାଗିଛି। ଜନସାଧାରଣ ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ରାସ୍ତାର ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଯୋର ଧରିଛି। ଜନସାଧାରଣଙ୍କ ଦେଖିବାକୁ ବାକି ରହିଲା ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031