Indus Valley Times

ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା: ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

 Breaking News

ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା: ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା: ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍
February 25
18:42 2023

ବାଲେଶ୍ୱର,୨୫/୨: ପାକିସ୍ତାନକୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା।
କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୮ ତାରିଖରେ ଶେଷ ହେବ।
ବାବୁରାମଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ତାଙ୍କ ଗାଁର ଲୋକମାନେ ଆଶ୍ଚର‌୍ୟ୍ୟ ପ୍ରକାଶ କରିଛନ୍ତି। ଅତି ଗରିବ ପରିବାରରେ ଜନ୍ମିତ ବାବୁରାମ ବାଗପୁଞ୍ଜି ଶ୍ରୀଚୈତନ୍ୟଦେବ ହାଇସ୍କୁଲ୍ରେ ପାଠ ପଢ଼ୁଥିଲେ।
ସେହି ସମୟରେ ତାଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦେଇଥିଲେ ବୋଲି ଶିକ୍ଷକ ମୁରଲୀ ମୋହନ ପ୍ରଧାନ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା ବାବୁରାମଙ୍କ ବିରୋଧରେ ଆସିଥିବା ଦେଶଦ୍ରୋହ ଅଭିଯୋଗ ନେଇ ଆଶ୍ଚର‌୍ୟ୍ୟ ପ୍ରକାଶ କରିଛନ୍ତି ସ୍କୁଲ୍ ବନ୍ଧୁ ସୁଧାଂଶୁ ଶେଖର ପାତ୍ର।
ଅନ୍ୟ ଜଣେ ଗ୍ରାମବାସୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ବାବୁରାମ ଗାଁର ଶିବ ମନ୍ଦିର ଉଦ୍ଘାଟନ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଗାଁରେ ପ୍ରାୟ ୪ ଦିନ ରହିବା ସହ ମନ୍ଦିରକୁ ୨୦ ହଜାର ଟଙ୍କା ଦାନ କରିଥିଲେ।
ସେହିପରି ଗାଁରେ ଏକ ପାଣିଟାଙ୍କି ବସାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ବାବୁରାମଙ୍କ ପରି ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତ ହୋଇ ନପାରେ। ଏହା ତାଙ୍କ ବିରୋଧରେ ଏକ ଷଡ୍ୟନ୍ତ୍ର ବୋଲି କହିଛନ୍ତି ତାଙ୍କର ଜଣେ ନିକଟ ସମ୍ପର୍କୀୟ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031