Indus Valley Times

ଚାଷୀ ନିତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବୈାଦ୍ଧଜିଲ୍ଲା କଂଗ୍ରେସ

 Breaking News

ଚାଷୀ ନିତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବୈାଦ୍ଧଜିଲ୍ଲା କଂଗ୍ରେସ

October 03
19:14 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୨/୧୦: କେନ୍ଦ୍ର ସରକାରଙ୍କ ନୂତନ ଚାଷୀନିତିକୁ ବିରୋଧ ଓ ପ୍ରତ୍ୟାହ କରିବା ଦାବିରେ ବୈାଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ନେତା ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସରକାରଙ୍କ ନୂତନ ଚାଷୀ ନିତିକୁ ବିରୋଧ କରାଯାଇଥିଲା । ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଗତ ୧ ତାରିଖ ଦିନ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ଓ ଅନ୍ୟାନ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉତ୍ତର ପ୍ରଦେଶର ହାରରସ ଦଳିତ ପିଡିତା ପରିବାରଙ୍କୁ ଭେଟିବାକୁ ଯାଉଥିବା ବେଳେ ସ୍ଥାନିୟ ପୋଲିସ ଓ ପ୍ରଶାସନ ଦ୍ୱାରା କରାଯାଇଥିବା ପ୍ରତିବନ୍ଧକ, ଠେଲାପେଲା ତଥା ବେଆଇନ ଗିରଫଦାରୀକୁ ବିରୋଧ କରି ପ୍ରତିବାଦ କରାଯିବା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶକୁତ୍ତଳିକା ଦାହକରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନାରାୟଣ ପ୍ରସାଦ ପରିଜା, ସୁଧିର କର୍ଣ୍ଣ, ରାୟ ସଂଜିବ ଦେଓ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ଜିଲ୍ଲା କିଷାନ କଂଗ୍ରେସ କମିଟି ସଭାପତି ରଘୁନାଥ ପଲିଆ, ସମରେଶ ମିଶ୍ର,ଗୈାରୀ ଶତପଥି, ପ୍ରଦିପ ସାହୁ, ପଙ୍କଜ କର୍ଣ୍ଣ, ଗଣେଷ ଅଗ୍ରୱାଲା,ବୁଦ୍ଧଦେବ ପ୍ରଧାନ,ବେଣୁ ମେହେର, ଅର୍ଜୁନ ମହାନନ୍ଦିଆ ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031