Indus Valley Times

ଚିନ୍ତାମଣି ବିଦ୍ୟାପୀଠ କାର୍ଯ୍ୟ ନିର୍ବାହୀ ସଭ୍ୟ ମାନଙ୍କ ବୈଠକ

 Breaking News

ଚିନ୍ତାମଣି ବିଦ୍ୟାପୀଠ କାର୍ଯ୍ୟ ନିର୍ବାହୀ ସଭ୍ୟ ମାନଙ୍କ ବୈଠକ

December 30
22:29 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୩୦/୧୨ : ନୂଆଗାଁ ବ୍ଲକ ଚିନ୍ତାମଣି ବିଦ୍ୟାପୀଠ ସମ୍ପଡ଼ା, ସ୍କୁଲ ର ସମସ୍ତ କାର‌୍ୟ୍ୟ ନିର୍ବାହୀ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଙ୍ଗଠନର ସଭାପତି ପ୍ରମୋଦ ଖଣ୍ଡୁଆଲ ଓ ସମ୍ପାଦକ ସୁଧୀର କୁମାର ପ୍ରଧାନ ଉପସ୍ଥିତ ରହି ପୂର୍ବ ବିବରଣୀ ପାଠ କରିଥିଲେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଗଣ ଶିକ୍ଷା ବିଭାଗ ତରଫରୁ ଆଉ ତିନି ଲକ୍ଷ ଟଙ୍କା ଆସିଥିଲା । ମୋଟ ଚାରିଲକ୍ଷ ପଚାଶ ହଜାର ଟଙ୍କା ରେ, ସ୍କୁଲ ରେ ବିଭିନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହୋଇଥିଲା । ନୂତନ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ସ୍କୁଲର ପୂର୍ବତନ ଛାତ୍ର ଗୋଲକ ବିହାରୀ ଗୋଛୟତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ପାରି ନଥିଲା । ଅତୀତ ରେ ରାଜ୍ୟ ସ୍ତରରେ ଚିନ୍ତାମଣି ବିଧ୍ୟାପିଠ ଅନେକ ଗର୍ବ ସ୍କୁଲ ପାଇଁ ତଥା ଜିଲ୍ଲା ପାଇଁ ସାଉଁଟିଛି । ଏକ ଅଗ୍ରଣୀ ଶିକ୍ଷା ଅନୁସ୍ଥାନ ଭାବେ ଜିଲ୍ଲାରେ ଗର୍ବ ଆଣିପାରିଛି ଚିନ୍ତାମଣି ବିଦ୍ୟାପୀଠ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ବିନାୟକ ପରିଡା, ହୃଷିକେଶ ପ୍ରଧାନ, ହରିହର ତ୍ରିପାଠୀ, ଗୋପାଳଚଂଦ୍ର ରାଜଗୁରୁ, ପରମାନନ୍ଦ ପରିଡା, ପୁରୁଷୋତ୍ତମ ପରିଡା, ପ୍ରମୁଖ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ପ୍ରଭାତ କୁମାର ଗୋଛାୟତ, ସଂଜୟ କୁମାର ବେହେରା, ପ୍ରଭାତୀ ପରିଡା, ସଂଯୁକ୍ତା ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031