Indus Valley Times

ଚିନ୍ତା ବଢ଼ାଉଛି ପିଆଜ ଦର ବୃଦ୍ଧି, କିଲୋ ୬୦ ଛୁଇଁଲା

 Breaking News

ଚିନ୍ତା ବଢ଼ାଉଛି ପିଆଜ ଦର ବୃଦ୍ଧି, କିଲୋ ୬୦ ଛୁଇଁଲା

ଚିନ୍ତା ବଢ଼ାଉଛି ପିଆଜ ଦର ବୃଦ୍ଧି, କିଲୋ ୬୦ ଛୁଇଁଲା
October 14
14:06 2020

ଭୁବନେଶ୍ବର,୧୪/୧୦: ଚିନ୍ତା ବଢ଼ାଇଛି ପିଆଜ ଦର ବୃଦ୍ଧି । ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ପି÷ଆଜ ଦର ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ବଢ଼ାଇଦେଇଛି । ଦର ବୃଦ୍ଧି ଆମଦାନୀରେ କୌଣସି ପ୍ରଭାବ ପଡ଼ିନଥିଲେ ହେଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦର ବୃଦ୍ଧି ଓଡ଼ିଶା ବଜାରକୁ ପ୍ରଭାବିତ କରିଥିବା କୁହାଯାଉଛି।
ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ରପ୍ତାନି ଉପରେ କଟକଣା ଲଗାଇଥିବା ସତ୍ତ୍ବେ ପିଆଜ ବଜାର ତାତି ହ୍ରାସ ପାଇବା ନାଁ ଧରୁନାହିଁ। ଅମଳ ଋତୁ ଆରମ୍ଭ ହେବାକୁ ଯାଉଥିଲେ ବି ନିକଟ ଭବିଷ୍ୟତରେ ପିଆଜ ଦର ହ୍ରାସ ପାଇବା ଆଶା କମ୍ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନଭେମ୍ବର ମାସ ବେଳକୁ ପିଆଜ ଦର କମିବା ସମ୍ଭାବନା ରହିଛି, ସେହି ସମୟ ପର‌୍ୟ୍ୟନ୍ତ ପିଆଜ ଦର ଆହୁରି ବଢ଼ିବା କିଛି ଅସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଆକଳନ କରୁଛନ୍ତି। ତେଣୁ ଏବେ ପରିବା ବଜାରର ଆକାଶଛୁଆଁ ଦର ସାଙ୍ଗକୁ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031