Indus Valley Times

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଗତ ୨୪ ଘଣ୍ଟାରେ ଆଉ ୪୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁ

 Breaking News

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଗତ ୨୪ ଘଣ୍ଟାରେ ଆଉ ୪୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁ

July 01
09:51 2021

ଭୁବନେଶ୍ୱର, ୧/୭ : ରାଜ୍ୟରେ କମୁନି କରୋନା ମୃତ୍ୟୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ କେବଳ ଭୁବନେଶ୍ୱରର। ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି।
ନୟାଗଡ଼ ଓ ପୁରୀ ଜିଲ୍ଲାରେ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଓ କେନ୍ଦୁଝରରେ ୪ ଜଣ ଲେଖାଏଁ, ବରଗଡ଼ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ ଏବଂ ଅନୁଗୋଳ, ସମ୍ବଲପୁର ଓ କଟକ ଜିଲ୍ଲାରେ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ନୂଆ ମୃତ୍ୟୁ ମାମଲା ଆସିବା ପରେ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୩୨, ବରଗଡ଼ରେ ୧୪୧, କଟକରେ ୨୮୭, ଢେଙ୍କାନାଳରେ ୬୫, ଗଞ୍ଜାମରେ ୩୪୧, ଯାଜପୁରରେ ୪୨, ଝାରସୁଗୁଡ଼ାରେ ୧୨୩, କେନ୍ଦୁଝରରେ ୭୨, ମୟୂରଭଞ୍ଜରେ ୧୨୯, ନବରଙ୍ଗପୁରରେ ୪୫, ନୟାଗଡ଼ରେ ୯୯, ପୁରୀରେ ୨୩୪, ସମ୍ବଲପୁରରେ ୧୨୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୫୬କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031