Indus Valley Times

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ

 Breaking News

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ

October 16
13:13 2020

ବାଲୁଗାଁ,୧୬/୧୦ : ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିଛି । ବିଦେଶୀ ପକ୍ଷୀଙ୍କ ଆଗମନରେ ଚିଲିକା ହ୍ରଦ ପକ୍ଷୀଙ୍କ କୋଳାହଳ ଓ ନାନାପ୍ରକାର ପକ୍ଷୀଙ୍କ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ହୋଇଛି । ସୁଦୂର କାଜକସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର କିଲୋମିଟର ଉଡ଼ିଆସି ଏହି ବିଦେଶୀ ପକ୍ଷୀ ଏବେଠାରୁ ଚିଲିକାର ଶୋଭାବର୍ଦ୍ଧନ କଲେଣି।
ସାଧାରଣତଃ ପ୍ରତ୍ୟେକବର୍ଷ ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସିଥା’ନ୍ତି। ଚଳିତବର୍ଷ ମଧ୍ୟ ଇଂରାଜୀ ଅକ୍ଷର ‘ଭି’ ଭଳି ଆକୃତିର ଆକାଶରେ ଉଡ଼ି ଆସୁଥିବା ଦେଖାଯାଇଥିଲା। ଅକ୍ଟୋବର ମାସଠାରୁ ଫେବ୍ରୁଆରି ମାସ ପର‌୍ୟ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜ ବାସସ୍ଥାନଭାବେ ବାଛିନେଇଥାନ୍ତି। ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ଅଧିକ ବିଦେଶାଗତ ପକ୍ଷୀ ରହିବାକୁ ଭଲ ପାଆନ୍ତି। ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ଏକ ସପ୍ତାହ ବିଳମ୍ବରେ ଏହି ପକ୍ଷୀମାନେ ଆସିଥିବାବେଳେ ବନବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ ,ଗଡ଼ୱାଲ, ଉଇଜନ, ପ୍ରିଣ୍ଟେଲ, ଶୋଭଲର ଆଦି ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ଗତବର୍ଷ ପକ୍ଷୀ ଚିଲିକାକୁ ୧୧ଲକ୍ଷ ୫ହଜାର ୪୦ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031