Indus Valley Times

ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡି ର ଶୀତ ମହୋତ୍ସବ: ମଶାଲକୁ ଧରି ସହର ପରିକ୍ରମା ସହ ସଚେତନତା

 Breaking News

ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡି ର ଶୀତ ମହୋତ୍ସବ: ମଶାଲକୁ ଧରି ସହର ପରିକ୍ରମା ସହ ସଚେତନତା

ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡି ର ଶୀତ ମହୋତ୍ସବ: ମଶାଲକୁ ଧରି ସହର ପରିକ୍ରମା ସହ ସଚେତନତା
January 05
09:27 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୧: ଓଡିଶା ର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ମାସ ୮ତାରିଖ ଠାରୁ ୧୧ ତାରିଖ ପର‌୍ୟ୍ୟନ୍ତ ଶୀତ ମହୋତ୍ସବ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରସ୍ତୁତି କାର‌୍ୟ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ରବିବାର ପୂର୍ବାହ୍ନରେ ଶୀତ ମହୋତ୍ସବ କମିଟି ପକ୍ଷରୁ ନିକଟସ୍ଥ ମାପଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ସହ ମହୋତ୍ସବକୁ ସଫଳ ଆୟୋଜିତ କରିବା ପାଇଁ ମା’ଙ୍କ ନିକଟରେ ଗୁହାରି କରି ସେଠାରୁ ମଶାଲ ବାହାର କରାଯାଇଥିଲା। ମହୋତ୍ସବ କମିଟିର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ, କୋଷାଧ୍ୟକ୍ଷ ତଥା ତହସିଲଦାର ଧୀରଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବିପିସି ଜଗନ୍ନାଥ ରଥଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ପୀଠରେ ପୂଜାର୍ଚ୍ଚନା ପରେ ଶୀତ ମହୋତ୍ସବ ଓ କନ୍ଧମାଳ ମହୋତ୍ସବର ୨ଟି ମଶାଲକୁ ଧରି ସହର ପରିକ୍ରମା କରିଥିଲେ।
ଜିଲାର ଫୁଲବାଣୀ ସହର ଓ ଦାରିଙ୍ଗବାଡ଼ି ଏହି ୨ଟି ସହର ଏବେ ମହୋତ୍ସବକୁ ନେଇ ଉତ୍ସବ ମୁଖର ରହିଥିବା ବେଳେ ମଶାଲ ମାଧ୍ୟମରେ ଲୋକଙ୍କୁ ଏହି ମହୋତ୍ସବକୁ ସ୍ବାଗତ କରାଯିବା ସହ ବ୍ୟାପକ ସଚେତନ କରାଯାଇଥିଲା।
ଶୀତ ମହୋତ୍ସବର ମଶାଲ ମହୋତ୍ସବ ପଡ଼ିଆରେ ପହଞ୍ଚିଥିବା ବେଳେ କନ୍ଧମାଳ ମହୋତ୍ସବ ମଶାଲ ଟି ଦାରିଙ୍ଗବାଡ଼ି ଦେଇ ଅନ୍ୟ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା।
ଏହି ମଶାଲ ଯାତ୍ରାବେଳେ ବଣିକ ସଂଘର ଉପସଭାପତି ଦିଲୀପ ସାହୁ, ଓକିଲ ସଂଘର ସଭାପତି ପ୍ରଦୀପ ସାହୁ, ଡ୍ରାଇଭର ମହାସଂଘର ବ୍ଲକ ସଭାପତି ପ୍ରଭଞ୍ଜନ ନାୟକ, ବରିଷ୍ଠ ଶିକ୍ଷକ ମୋହନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା, ଅଞ୍ଚଳବାସୀ ସାମିଲ ହୋଇଥିଲେ।
କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡାରେ ମଶାଲ ଶୋଭାଯାତ୍ରା
ବାଲିଗୁଡା,୫/୧: କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।
ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ ପହଞ୍ଚିଥୂଲା।
ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା।
ମୁଖ୍ୟତଃ ଏହି ସାପାଗାଣ୍ଡା ସ୍ଥାନରୁ ଆଦିବାସୀ କୁଟିଆ କନ୍ଧ ଜନ ଜାତିଙ୍କ ଉତ୍ପତ୍ତିସ୍ତଳ ବା ଆଦିବାସୀଙ୍କ ପୁରୁଷ ଓ ମହିଳା ଆବିର୍ଭାବ ହୋଇଥିଲେ ତେଣୁ ଆଦିବାସୀ ରୀତି ନିତିରେ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ମଶାଲ ବାହାର କରାଯାଇ କନ୍ଧମାଳ ଜିଲ୍ଲାରେ ଥିବା ୧୨ ଟି ବ୍ଲକ କୁ ଭ୍ରମଣ କରାଇ ୭ ତାରିଖରେ ଫୁଲବାଣୀ ଠାରେ ପହଞ୍ଚି ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମଶାଲ ଶୋଭାଯାତ୍ରାରେ ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଯୁବକ ଯୁବତୀ ପ୍ରମୁଖ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031