Indus Valley Times

ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ନିହତ

 Breaking News

ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ନିହତ

ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ନିହତ
May 10
20:12 2024

ମାଲକାନଗିରି, ୧୧/୫: ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍କାଉଣ୍ଟର କରିଛନ୍ତି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗାଙ୍ଗାଲୁର ଥାନା ପିଡିଆ ଜଂଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସୁକୁମା, ବିଜାପୁର ଓ ଦାନ୍ତେଓ୍ବାଡା ଜିଲ୍ଲାର ପୁଲିସକୁ ନେଇ ଡିଆରଜି, ଏସଟିଏଫ, କୋବ୍ରା, ସିଆରପିଏଫ୍ ର ୧୨୦୦ ଯବାନ ଉକ୍ତ ଜଙ୍ଗଲରେ ପହଞ୍ଚି ଥିଲେ। ବ୍ୟାପକ ପରିମାଣର ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ ମଧ୍ୟ ସଫଳ ହୋଇ ନଥିଲେ। ବରଂ ଯବାନଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ଅତ୍ୟାଧୁନିକ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି। ଦୀର୍ଘ ୧୧ ଘଣ୍ଟା ଧରି ଏନକାଉଣ୍ଟର ଜାରି ରହିଛି।
ସୂଚନାଯୋଗ୍ୟ, ଗତମାସ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ସୁରକ୍ଷା ବାହିନୀ। ଏନ୍କାଉଣ୍ଟରରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପାଟୋଲା ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇଥିଲେ। ନିହତମାନଙ୍କ ମଧ୍ୟରେ ଥିଲା ଟପ୍ କମାଣ୍ଡର ଶଙ୍କର ରାଓ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031