Indus Valley Times

ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍, ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

 Breaking News

ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍, ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍, ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
July 31
18:49 2023

ବ୍ରହ୍ମପୁର,୩୧/୭ : ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍ ଆର୍ଆଇ (ରିଜର୍ଭ ଇନ୍ସପେକ୍ଟର) ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣ ରେଡ୍ଡୀଙ୍କ ସହ ମୋଟ ୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।
ଜଜମେଣ୍ଟ ନେଇ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପୁଲିସ୍ ଆକ୍ରମଣ କଲା। ଆଉ ପୁଲିସ୍ ଉପରେ କିଏ ଜଣେ ବୋମାଟିଏ ଫିଙ୍ଗିଦେଲା। ବୋମା ଫିଙ୍ଗିବେ ନାହିଁ ତ ଆଉ କ’ଣ କରିଥାଆନ୍ତେ? ଲୋକଙ୍କ ଉପରେ ଆକ୍ରମଣ କରିବାର ଅଧିକାର ପୁଲିସ୍ର ରହିଛି। ହେଲେ ପୁଲିସ୍ ଉପରକୁ ବୋମା ଫିଙ୍ଗିବାର ଅଧିକାର କାହିଁକି ନାହିଁ? ତେବେ ଯିଏ ବୋମା ଫିଙ୍ଗିଛି, ତାକୁ ଦଣ୍ଡିତ କର। ସାଧାରଣ ଲୋକ ଓ ଚାଷୀଙ୍କୁ ନ୍ୟାୟ ନାହିଁ। ଆମେ ମର୍ମାହତ। ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ।
୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା। ଏଥିରେ ପୁଲିସ୍ ଆର୍ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।
ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ୍ ଆଧାରରେ ଏଡିଜି-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031