Indus Valley Times

ଜଟଣୀ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଗିରଫ, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

 Breaking News

ଜଟଣୀ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଗିରଫ, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

July 31
17:46 2024

ଭୁବନେଶ୍ୱର, ୩୧/୭ : ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବିଲ୍ ପାସ କରିଦେବା ପାଇଁ ମାଡାମ୍ ନେଉଥିଲେ ମୋଟା ଅଙ୍କର ଲାଞ୍ଚ। କେବଳ ସେତିକି ନୁହେଁ ଏହା ସହ ମଟନ୍, ଦେଶୀ ମାଛ ପାଇଁ ଡିମାଣ୍ଡ କରୁଥିଲେ। ବେଳେ ବେଳେ ଦୟା ନଦୀର ଛଟା ଚିଙ୍ଗୁଡ଼ିକୁ ଦେଶୀ ପରିବା ଘରେ ଦେବା ପାଇଁ କହୁଥିଲେ। ମାଡାମଙ୍କ ଡରରେ ଠିକାଦାରମାନେ ତାଙ୍କର ସବୁ ଇଚ୍ଛାକୁ ଯଥାସମ୍ଭବ ପୂରଣ କରି ଚାଲିଥିଲେ। ଏବେ ମାଡମ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଠିକାଦାରମାନେ ମୁହଁ ଖୋଲିଛନ୍ତି।
ଅଭିଯୋଗକାରୀ ଠିକାଦାର ଅକ୍ଷୟ ଦାସ କହିଛନ୍ତି, ବିଭିନ୍ନ ସମସ୍ୟା ନେଇ ଆମେ ବିଡିଓଙ୍କ ପାଖକୁ ଯାଇଥାଉ। ହେଲେ ବିଡିଓ ନିବେଦିତା ମାଡାମଙ୍କୁ ଦେଖା କରିବାକୁ କହିଥାନ୍ତି। ଏଥିସହ ନିବେଦିତା ମାଡାମଙ୍କ ପାଖରୁ ସବୁ କଣ୍ଡିସନ ବିଷୟରେ ବୁଝି ନେବ ବୋଲି କହିଥାନ୍ତି। ନିବେଦିତା ମାଡାମଙ୍କ ପାଖକୁ ଗଲେ ପିସି ମାଗିଥାନ୍ତି। ଏଥିସହ ଦେଶୀ ମାଛ, ମଟନ, ଦୟା ନଦୀର ଛଟା ଚିଙ୍ଗୁଡ଼ି ଆଣିବାକୁ କହିଥାନ୍ତି। ଏଥିସହ ଦେଶୀ ପରିବା ଧରି ଆସିବ ପାଇଁ ମଧ୍ୟ କହିଥାନ୍ତି। ଏଜେଣ୍ଟମାନେ ଭୟଭୀତ ହୋଇ ବିଲ୍ ପାସ ପାଇଁ ସବୁ ଦେଉଥିଲେ। ଯେ କୌଣସି ଡିଲ୍ ହେଉଥିଲା ନିବେଦିତା ମାଡାମ ସବୁ ବୁଝୁଥିଲେ।
ସୂଚନାଯୋଗ୍ୟ, ଗତକାଲି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି। କନ୍ତିଆ ପଞ୍ଚାୟତର ଠିକାଦାର କିରଣ ପ୍ରଧାନଙ୍କଠାରୁ ବିଲ୍ ପାସ୍ କରାଇବା ପାଇଁ ୫୦ ହଜାର ଟଙ୍କା ନେବା ବେଳେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଘରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ।
ପରେ ଭିଜିଲାନ୍ସ ଅଧିକାରୀ ଖଣ୍ଡଗିରି ସ୍ଥିତ ଘର ଓ ସମେତ ଅନ୍ୟ ଦୁଇଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ। ଏଥିସହ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା। ଆଜି ତାଙ୍କ ଜଟଣୀ ବ୍ଲକ ଅଫିସରେ ଥିବା ତାଙ୍କ ଅଫିସରେ ଯାଞ୍ଚ କରାଯାଇଛି। ବିଭିନ୍ନ ଫାଇଲ ଯାଞ୍ଚ କରିବା ସହ ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିଛି ଭିଜିଲାନ୍ସ ଟିମ୍। ଏଥିସହ ଏକ ଟିମ୍ ଗଠନ କରାଯାଇ ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୂତ ସମ୍ପତିର ଖୋଳାତାଡ଼ କରାଯାଇଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930