Indus Valley Times

ଜଣେ ବ୍ୟକ୍ତିକୁ ୩ଟି ଗୁରୁ ଦାୟିତ୍ୱ କାହିଁକି?; ସାଂସଦ ଅପରାଜିତା

 Breaking News

ଜଣେ ବ୍ୟକ୍ତିକୁ ୩ଟି ଗୁରୁ ଦାୟିତ୍ୱ କାହିଁକି?; ସାଂସଦ ଅପରାଜିତା

ଜଣେ ବ୍ୟକ୍ତିକୁ ୩ଟି ଗୁରୁ ଦାୟିତ୍ୱ କାହିଁକି?; ସାଂସଦ ଅପରାଜିତା
May 16
16:55 2022

ଭୁବନେଶ୍ୱର,୧୬/୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର‌୍ୟ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ତଥା ଓଡ଼ିଶା ବ୍ରିଜ୍ ନିର୍ମାଣ ନିଗମ (ଓବିସିସି)ର ବର୍ତ୍ତମାନର ଅଧ୍ୟକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଅଟନ୍ତି। ଏହି ଜଣେ ବ୍ୟକ୍ତି ୩ଟି ଗୁରୁ ଦାୟିତ୍ୱରେ ରହିବାକୁ ନେଇ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଏହା କେବଳ ଏକ ସଂଯୋଗ ନା ଯୋଜନା ପ୍ରସ୍ତୁତ? ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଭାବରେ, ଓବିସିସିକୁ କାମ ଦେଉଛନ୍ତି, ବିଲ୍ ପାସ୍ କରୁଛନ୍ତି ଏବଂ ଦେୟ ପ୍ରଦାନ କରୁଛନ୍ତି ଏବଂ ଓବିସିସିର ଅଧ୍ୟକ୍ଷ ଭାବେ ତାଙ୍କୁ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ଏବଂ ଦେୟ ଗ୍ରହଣ କରିବାକୁ ଦାୟିତ୍ବ ଦିଆଯାଇଛି।
ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ନାମରେ ଟେଣ୍ଡର ଘୋଷଣା କରୁଛନ୍ତି ସେହି ସମାନ ବ୍ୟକ୍ତି ଓଡିଶା ବ୍ରିଜ଼ କନଷ୍ଟ୍ରକ୍ସନ
କର୍ପୋରେସନ ନାମରେ ଟେଣ୍ଡର ପାଉଛନ୍ତି। ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ? ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଲକ୍ଷ୍ୟ ସାଧନ ପାଇଁ ଯୋଜନାଭିତ୍ତିକ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ? ଏହା ପୂର୍ବରୁ ଥିବା ପୂର୍ତ୍ତ ସଚିବ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ସମିତିର ମୁଖ୍ୟ ପ୍ରଶାସକ ଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30