Indus Valley Times

ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ

 Breaking News

ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ

January 05
19:36 2026

ଭୁବନେଶ୍ବର, ୫/୧: ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ୧୬ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଖାଲି ସମସ୍ୟା ଶୁଣିନାହାଁନ୍ତି ତାହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୋମବାର କାର୍ଯ୍ୟକ୍ରମ ପାଇଁ ମୋଟ ୧ ହଜାର ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଅଭିଯୋଗ କାରୀଙ୍କୁ ଭେଟିଥିଲେ । ସେମାନଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଜିଲ୍ଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘୨୦୨୪ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଆମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ୧୬ତମ ପାଳି ଏବଂ ଚଳିତ ଇଂରାଜୀ ନୂଆ ବର୍ଷର ପ୍ରଥମ ପାଳି ।
ଆମ ସରକାରରେ ସାଧାରଣ ଲୋକଙ୍କୁ ଆମେ ସର୍ବାଗ୍ରେ ରଖିଛୁ । ଦାୟିତ୍ୱ ନେବାର ପ୍ରଥମ ଦିନରୁ ଆମେ ସାଧାରଣ ଲୋକଙ୍କ ସହିତ ମିଶିବା, ସେମାନଙ୍କର ସମସ୍ୟା ଶୁଣିବା ଓ ତାର ପ୍ରତିକାର ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇ ଆସୁଛୁ। ମୁଁ ପ୍ରତ୍ୟକ୍ଷ ଭାବେ ଯେକୌଣସି ଜାଗାକୁ ଯାଏ, ସେଠାରେ ସାଧାରଣ ଲୋକଙ୍କ ସହିତ ମିଶେ, ସେମାନଙ୍କର ଅଭିଯୋଗ ମଧ୍ୟ ଗ୍ରହଣ କରିଥାଏ ବୋଲି କହିଛନ୍ତି।’’
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ‘‘ଆଜିର ଅଭିଯୋଗ ଶୁଣାଣି ପାଳିରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ୩୦ ଜିଲ୍ଲାରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଟ ରହିଛି। ଜିଲ୍ଲାରେ ମଧ୍ୟ ଜନ ଶୁଣାଣି କରାଯାଉଛି ।
ଜନଶୁଣାଣି ପୋର୍ଟାଲ ଏବଂ ଡାକ ଯୋଗେ ଆସିଥିବା ପ୍ରାୟ ୧ ଲକ୍ଷ ୪୯ ହଜାର ୪୧୮ ଅଭିଯୋଗ ମଧ୍ୟରୁ ୧ ଲକ୍ଷ ୩୦ ହଜାର ୮୪୫ ଅର୍ଥାତ୍ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି ।
ବକେୟା ଅଭିଯୋଗ ଗୁଡିକ ପ୍ରୋସେସ୍‌ରେ ଅଛି।’ ପୂର୍ବ ୧୫ଟି ପାଳିରେ ଆମର ଏହି ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଆସି ଅଭିଯୋଗ ଦେଇଥିବା ୧୩,୩୫୮ ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
, ଜନଶୁଣାଣି ପୋର୍ଟାଲ ଏବଂ ଡାକ ଯୋଗେ ଆସିଥିବା ପ୍ରାୟ ୧ ଲକ୍ଷ ୪୯ ହଜାର ୪୧୮ ଅଭିଯୋଗ ମଧ୍ୟରୁ ୧ ଲକ୍ଷ ୩୦ ହଜାର ୮୪୫ ଅର୍ଥାତ୍ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।
ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ଅଛି। ପୂର୍ବ ୧୫ଟି ପାଳିରେ ଆମର ଏହି ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଆସି ଅଭିଯୋଗ ଦେଇଥିବା ୧୩,୩୫୮ ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930