Legatus

ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବେ ଓଡ଼ିଶା ସରକାର: ମିଳିବ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ

 Breaking News

ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବେ ଓଡ଼ିଶା ସରକାର: ମିଳିବ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ

ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବେ ଓଡ଼ିଶା ସରକାର: ମିଳିବ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ
March 16
20:40 2025

ଭୁବନେଶ୍ୱର, ୧୬/୩ : ଓଡ଼଼ିଶାରେ ଗୁଜୁରାଟ ମଡ଼େଲରେ ହେବ ପୋଷଣ କେନ୍ଦ୍ର । ଅତ୍ୟାବଶକ ସାମଗ୍ରୀ ପାଇଁ ରାଜ୍ୟରେ ପୋଷଣ କେନ୍ଦ୍ର ଖୋଲାଯିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଓଡ଼ିଶାରୁ ଏକ ସ୍ୱତନ୍ତ୍ର ଟିମ୍ ଗୁଜୁରାଟ ଯିବେ ବୋଲି କହିଛନ୍ତି ମନ୍ତ୍ରୀ ।
ପୋଷଣ କେନ୍ଦ୍ରରେ ଚାଉଳ, ଡ଼ାଲି, ତେଲ ଅଟା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନଗୁଡିକର ସୁଦୃଢ଼ୀକରଣ କରାଯିବ। ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ । ପ୍ରଥମେ ପାଇଲଟ ପ୍ରୋଜେକ୍ଟରେ ରାଜ୍ୟରେ ୩୫ଟି ପୋଷଣ କେନ୍ଦ୍ର୍ର ଖୋଲାଯିବ । ଏହା ସଫଳ ହେଲେ ଆଗକୁ ପ୍ରତି ପଞ୍ଚାୟତରେ କରାଯିବ ପୋଷଣ କେନ୍ଦ୍ର । ଏନେଇ ସରକାରୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଶିକ୍ଷଣ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31