Indus Valley Times

ଗଜପତି ପ୍ରଶାସନର ମହାନତା: ଅଭିଯୁକ୍ତା ମାଆ ସହିତ ଦୁଇ ଶିଶୁକନ୍ୟା ଜେଲବନ୍ଦୀ ଜୀବନ କଟାଉଥିବା ଜାଣି ତାଙ୍କ ଆଇ ଘରେ ଛାଡ଼ିଲା ପ୍ରଶାସନ

 Breaking News

ଗଜପତି ପ୍ରଶାସନର ମହାନତା: ଅଭିଯୁକ୍ତା ମାଆ ସହିତ ଦୁଇ ଶିଶୁକନ୍ୟା ଜେଲବନ୍ଦୀ ଜୀବନ କଟାଉଥିବା ଜାଣି ତାଙ୍କ ଆଇ ଘରେ ଛାଡ଼ିଲା ପ୍ରଶାସନ

January 05
12:27 2022

Noble Mission: Gajapati administration rescues 2 minor girls lodged with mother in local jail

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧: କୋଭିଡ଼ ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ସମୟରେ ଏକ ବିହାରୀ ମହିଳା ଗଞ୍ଜେଇ ଚୋରା-ଚାଲାଣ କରୁଥିବା ବେଳେ ତାଙ୍କର ୫ ବର୍ଷ ଏବଂ ୭ ବର୍ଷ ବୟସର ଦୁଇଗୋଟି ଝିଅ ସହିତ ମୋହନା ପୋଲିସ ଦ୍ବାରା ଧରା ପଡ଼ିଥିଲେ ।
ପରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ସବ-ଜେଲ୍ ରେ ରଖା ଯାଇଥିବା ବେଳେ ସେ ସେଠାରେ ବିଚାରଧିନ ବନ୍ଦିନୀ ହିସାବରେ ରହି ଆସୁଛନ୍ତି । ଉକ୍ତ ମହିଳା ସହିତ ତାଙ୍କର ଦୁଇ ଶିଶୁ ଝିଅ ମଧ୍ୟ ଜେଲ୍ରେ ରହି ଆସୁଥିଲେ।
ତେବେ ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଜେଲ ପରିଦର୍ଶନ ସମୟରେ ସେହି ଧରା ପଡିଥିବା ମହିଳା ସହିତ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ଜେଲ\’ରେ ରହିବା କଥା ନଜରକୁ ଆସିବା ସହ ସେମାନଙ୍କର ଅଧିକାର ଏବଂ ଯତ୍ନ ଉପରେ ବାଧାପ୍ରାପ୍ତ ହେବା କଥା ମଧ୍ୟ ନଜରକୁ ଆସିଥିଲା।
ଏହାପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥିଙ୍କ ସହଯୋଗ ଓ ଶିଶୁ ମାନଙ୍କର ମାଆର ନିବେଦନ ଓ ପ୍ରାର୍ଥନା କ୍ରମେ ଶିଶୁ ମାନଙ୍କୁ ବିହାର ରାଜ୍ୟର ପାଟନା ଜିଲ୍ଲାରେ ରହୁଥିବା ସେମାନଙ୍କ ଆଇଙ୍କ ପାଖକୁ ଦୁଇ ଝିଅଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା।
ପରବର୍ତ୍ତୀ ସମୟରେ ଦୁଇ ଶିଶୁଙ୍କ ଆଇଙ୍କର ଚରିତ୍ର ଏବଂ ଘରୋଇ ବିବରଣୀ ପ୍ରଦାନ କରିବା ପାଇଁ ପାଟନା ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରା ଯାଇଥିଲା । ସେମାନଙ୍କ ଠାରୁ ସବୁଜ ସଙ୍କେତ ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଜିଲ୍ଲା ପୋଲିସ୍ ସହାୟତା\’ରେ ସେହି ଦୁଇ ଛୋଟ ଝିଅଙ୍କୁ ସେଠାକୁ ସ୍ଥାନାନ୍ତରତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।
ଏହି ସମୟ ମଧ୍ୟରେ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କ ନିକଟରେ ସେହି ଦୁଇ ଛୋଟ ଝିଅଙ୍କୁ ଉପସ୍ଥାପନ କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଓ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା।
ଏହାପରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମି ଶ୍ରୀ ନରେଶ କୁମାର ନାୟକଙ୍କ ନେତୃତ୍ବରେ ଦୁଇଜଣ ମହିଳା କନେଷ୍ଟବଲଙ୍କ ସହାୟତାରେ ଦୁଇ ଶିଶୁଙ୍କୁ ଆଜି ପାଟନାର ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇଛି ।
ଏଥିରେ ପାରଳାଖେମୁଣ୍ଡି ସବଜେଲର ସୁପରିଟେଣ୍ଡଣ୍ଟ ଶ୍ରୀ ହନୁମନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031