Legatus

ଜଳୁଛି ଓଡ଼ିଶା: ଦିନ ୨ଟା ୩୦ରେ ୪୦ ଡିଗ୍ରି ଉପରେ ୭ ସହର, ଝାରସୁଗୁଡ଼ାରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ

 Breaking News

ଜଳୁଛି ଓଡ଼ିଶା: ଦିନ ୨ଟା ୩୦ରେ ୪୦ ଡିଗ୍ରି ଉପରେ ୭ ସହର, ଝାରସୁଗୁଡ଼ାରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ

ଜଳୁଛି ଓଡ଼ିଶା: ଦିନ ୨ଟା ୩୦ରେ ୪୦ ଡିଗ୍ରି ଉପରେ ୭ ସହର, ଝାରସୁଗୁଡ଼ାରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ
April 26
16:58 2024

ଭୁବନେଶ୍ୱର,୨୬/୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ୮ଟି ଜିଲାକୁ ରେଡ ୱାର୍ଣ୍ଣିଂ, ୧୭ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ ।
ସେହିଭଳି ୨୭ ତାରିଖ ଅର୍ଥାତ ଆସନ୍ତାକାଲି ୧୧ଟି ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ତେଣୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୭ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଥିବା ସୂଚନାନୁସାରେ, ୨୮ ତାରିଖରେ ସାରା ରାଜ୍ୟରେ ନିଆଁ ବର୍ଷା ହୋଇପାରେ ।
୧୮ଟି ଜିଲାକୁ ରେଡ ୱାର୍ଣ୍ଣିଂ ଓ ୧୨ଟି ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଦେଇ ଖରାକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିଭଳି ୨୯ ଓ ୩୦ ତାରିଖରେ ୮ଟି ଜିଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବା ନେଇ ଆକଳନ କରି ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ୧୫ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରାରୁ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ବୋଲି ଜଣାପଡିଛି । ଝାରସୁଗୁଡାରେ ସର୍ବାଧିକ ୪୦. ୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।
ସେହିପରି ଝାରସୁଗୁଡା ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩ ଡିଗ୍ରୀ, ହୀରାକୁଦର ୪୩ ଡିଗ୍ରୀ, ରାଉରକେଲାର ୪୨ ଡିଗ୍ରୀ, କେନ୍ଦୁଝରର ୪୧.୮ ଡିଗ୍ରୀ, ଚାନ୍ଦବାଲିର ୪୧.୬ ଡିଗ୍ରୀ, ଭୁବନେଶ୍ୱର ୪୦.୫ ଡିଗ୍ରୀ, ବାଲେଶ୍ୱରର ୩୯.୬ ଡିଗ୍ରୀ, ପୁରୀର ୩୪.୪ ଡିଗ୍ରୀ,ଗୋପାଳପୁରର ୩୩.୬ ଡିଗ୍ରୀ, ପାରାଦୀପର ୩୩.୯ ଡିଗ୍ରୀ ରେକର୍ଡ କରାଯାଛି।
ସେପଟେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ଅଧିକାଂଶ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓ ୪୫ କିମ୍ବା ତା’ଠୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଦିନ ୧୧ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930