Indus Valley Times

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ଡ଼. ବି ଆର. ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଏବଂ ଓଡିଆ ପକ୍ଷ ଅବସରରେ ଓଡିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ଡ଼. ବି ଆର. ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଏବଂ ଓଡିଆ ପକ୍ଷ ଅବସରରେ ଓଡିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

April 14
22:57 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୪ : (ମଙ୍ଗଳବାର ) ଦିନ ସକାଳ ଘ. ୮.୪୫ମିନିଟ ସମୟରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଏବଂ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ବୌଦ୍ଧ ଶାଖା ପକ୍ଷରୁ ଓଡିଆ ପକ୍ଷ ଅବସରରେ ଓଡିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରଥମ ପର୍ଯ୍ୟାୟ ରେ ସକାଳ ଘ. ୮.୩୦ ମି. ସାମୁହିକ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହି ମାଲ୍ୟାର୍ପଣ ଉତ୍ସବ ରେ ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟଅତିଥି ଏବଂ ଜ଼ିଲ୍ଲାପାଳ ବୌଦ୍ଧ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଯୋଗ ଦେଇ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଡ଼. ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞକ୍ଷପନ କରି ଆଜିର ଏହି ମହାନୁଭବଙ୍କ ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ସଭା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ, ସମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ଵାଳ, ଜ଼ିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର‌୍ୟ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ମଞ୍ଚାସୀନ ଥିଲେ ।
ଉକ୍ତ ଅବସରରେ ସମସ୍ତ ଅତିଥି ଏବଂ ବକ୍ତା ଡ଼. ବି. ଆର ଆମ୍ବେଦକର ଙ୍କ ସ୍ମୃତି ଚାରଣ କରିଥିଲେ ।
ଏଥି ସହ ଓଡିଆ ନବ ବର୍ଷ ଉଦ୍ଦେଶ୍ୟରେ ଅତିଥି ବୃନ୍ଦ ମାଣ୍ଡିଆ କେକ, ଛେନାପୋଡ଼ ଏବଂ କେକ କାଟି ଏହି ଓଡିଆ ନବ ବର୍ଷକୁ ଆନନ୍ଦ, ଉଲ୍ଲାସ ର ସହ ମନାଇ ଥିଲେ ।
ଏହି ଉପଲକ୍ଷେ ସକାଳେ ବୌଦ୍ଧଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନରେ ସହରର ବିଭିନ୍ନ ସ୍ଥାନ ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଚିତ୍ରାଙ୍କନ, କୌତୁକ ବେଶ ପୋଷାକ, ମହିଳା ମାନଙ୍କ ମଧ୍ୟରେ ଝୋଟି ଏବଂ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ, ମହିଳା ମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଓଡିଆ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା, କୌତୁକ ବେଶ ପୋଷାକ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ସାହିତ୍ୟିକ ଚିତ୍ତରଞ୍ଜନ ଦକ୍ଷଶ, ରମେଶ ପ୍ରସାଦ ମେହେର,ସୁଶାନ୍ତ କୁମାର ମହାପାତ୍ର, ନବ କିଶୋର ଦୀପ,କଳା ଶିକ୍ଷକ ବିଭୁତି ପୃଷ୍ଟି, ସ୍ୱସ୍ତିକା ବିଶି, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁ, ଡେପୁଟି କଲେକ୍ଟର ସ୍ବସ୍ତି ମହାପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଗଳ କିଶୋର ବିଶ୍ୱାଲ, ସି ଡି ପି ଓ, ବୌଦ୍ଧ ୱାହିଦା ବେଗମ,ଡି ପି ସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ଗଣମାଧ୍ୟମ ପ୍ରତିନିଧି, ସଂଯୋଜିକା,ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ନବ କିଶୋର ଦୀପ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930