Indus Valley Times

ଜାଡ଼ରେ ଥରୁଛି ସାରା ଓଡ଼ିଶା : ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ

 Breaking News

ଜାଡ଼ରେ ଥରୁଛି ସାରା ଓଡ଼ିଶା : ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ

December 23
09:36 2021

ଭୁବନେଶ୍ୱର ୨୩/୧୨ : ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ । କନ୍ଧମାଳ ଓ ଫୁଲବାଣୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଆଗାମୀ ୨ରୁ ୩ ଦିନ ଧରି ଜାରି ରହିବ କୋଲ୍ଡ ୱେଭ୍ ।
ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ସକାଳୁ ଘାସ ଉପରେ ବରଫର ହାଲୁକା ଆସ୍ତରଣ ଦେଖିବାକୁ ମିଳୁଛି । ଶୀତ ସାଙ୍ଗକୁ ଅନେକ ସ୍ଥାନରେ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ୧୦ ଟା ନହେଲେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି।
ସେହିପରି ଗାଁ ଗହଳିରେ ତ ଲୋକେ ସଂଧ୍ୟାରୁ ତାଟି କବାଟ ଦେଇ ଘରେ ରହୁଛନ୍ତି । ରାସ୍ତାଘାଟ ଶୂନଶାନ, ଦୋକାନ ବଜାର ବନ୍ଦ ହୋଇଯାଉଛି । ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଲୋକେ ତା ପାଖରେ ବସିରହିଥିବା ଦେଖିବାକୁ ମିଳୁଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ ଦଶମିକ ୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଭବାନୀପାଟଣା, ସୋନପୁର,ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ , ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031