Indus Valley Times

ଜାତୀୟ ନମୁନା ସର୍ବେକ୍ଷଣ ସଚେତନତା ରାଲି ଅନୁଷ୍ଠିତ

 Breaking News

ଜାତୀୟ ନମୁନା ସର୍ବେକ୍ଷଣ ସଚେତନତା ରାଲି ଅନୁଷ୍ଠିତ

ଜାତୀୟ ନମୁନା ସର୍ବେକ୍ଷଣ ସଚେତନତା ରାଲି ଅନୁଷ୍ଠିତ
March 27
11:39 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୩ : ଭାରତ ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଖୋର୍ଦ୍ଧା ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ନମୁନା ସର୍ବେକ୍ଷଣର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଉକ୍ତ କାର୍ଯ୍ୟାଳୟର ପ୍ରାୟ ୯୦ ଜଣ କର୍ମଚାରିଙ୍କୁ ନେଇ ଏକ ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ନିକଟରୁ ବାହାରି ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ମାନ ଦେଇ ଯାଇଥିଲା।
ଏହି ଶୋଭାଯାତ୍ରାରେ ଓଡିଶା ସରକାରଙ୍କ ଅଧୀନରେ ଥିବା ଖୋର୍ଦ୍ଧା ପରସଂଖ୍ୟାନ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶଙ୍କର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ମଧ୍ୟରେ ବଜାର କମିଟି ଗୁଡିକର କର୍ମକର୍ତ୍ତାଙ୍କୁ ଖୁଚୁରା ପାଇକାରୀ ମୂଲ୍ୟର ସୂଚକାଙ୍କ ଗଢିବାରେ ସାହାଯ୍ୟ କରିଥିବାରୁ କାର୍ଯ୍ୟାଳୟର ମୁଖ୍ୟ ଅନୁପମ ଲାହିରି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭବିଷ୍ୟତ ରେ ତାଙ୍କ ନିକଟକୁ ଆସୁଥିବା ସର୍ଭେ ଏନୁମେରେଟର ମାନଙ୍କୁ ସଠିକ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ।
ଜାତୀୟ ପରିସଂଖ୍ୟାନ କାର‌୍ୟ୍ୟାଳୟ ପକ୍ଷରୁ ଚାଲୁଥିବା ସମସ୍ତ ସର୍ଭେ ଯଥା ରୋଜଗାର, ବେରୋଜଗାର, ସାମାଜିକ ଅର୍ଥନୈତିକ, ଅଣକୃଷିଭିତ୍ତିକ ଶିଳ୍ପ ବିଷୟରେ ଆଲୋକପାତ କରିବାକୁ ଯାଇ ଲୋକମାନଙ୍କୁ ବିଭିନ୍ନ ସର୍ଭେର ଉପାଦେୟତା ଉପରେ ବୁଝାଇବା ସହ ଆଗାମୀ ଦିନ ମାନଙ୍କରେ ଜନସାଧାରଣଙ୍କୁ ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।
ସର୍ଭେ ରିପୋର୍ଟ ଗୁଡିକର ବୈଶିଷ୍ଠ ତଥା ଯୋଜନା ପ୍ରଣୟନରେ କିପରି ବ୍ୟବହୃତ ହେଉଛି, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ସର୍ଭେ ବୈଜ୍ଞାନିକ ଶୈଳୀ ମାଧ୍ୟମରେ ନମୁନା ନିରୂପଣ ହୋଇ ପ୍ରଶିକ୍ଷିତ ସର୍ଭେ ଏନୁମରେଟରଙ୍କ ଦ୍ୱାରା ଟାବଲେଟ ମାଧ୍ୟମରେ ବିଭିନ୍ନ ଗ୍ରାମଞ୍ଚଳ ତଥା ସହରାଞ୍ଚଳରେ ଥିବା ପରିବାର ଓ ଉଦ୍ୟୋଗ ମାନଙ୍କ ଠାରୁ ତଥ୍ୟ ଗ୍ରହଣ କରାଯାଇଥାଏ।
ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମିଶ୍ର, ପ୍ରମୋଦ କୁମାର ମଲ୍ଲିକ, ବିଶ୍ୱଜିତ ପାଣିଗ୍ରାହୀ, ସୌମେନ୍ଦ୍ର କୁମାର ନାୟକ, ହର ପ୍ରସାଦ ଖୁଣ୍ଟିଆ, ପ୍ରିତମ ରାଉତରାୟ ପ୍ରମୁଖ କାର‌୍ୟ୍ୟକ୍ରମ ଟିକୁ ସଫଳ କରିବାରେ ସାହାର୍ଯ୍ୟ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ ଉପ-ମହା ନିର୍ଦ୍ଦେଶକ ଅନୁପମ ଲାହିରିଙ୍କ ନେତୃତ୍ୱରେ ବିଷ୍ଣୁ ପ୍ରସାଦ ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930