Indus Valley Times

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି

 Breaking News

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି
January 21
16:25 2022

ନୂଆଦିଲ୍ଲୀ:, ୨୧/୧: ବଦଳିଲା ‘ଅମର ଯବାନ ଜ୍ୟୋତି’ର ଠିକଣା। ଇଣ୍ଡିଆ ଗେଟ୍ରୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ହେଲା ସ୍ଥାନାନ୍ତର। ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ଘଟିଲା ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତି।
ଜଣେ ମଶାଲ ବାହକଙ୍କ ଦ୍ୱାରା ଏହି ଜ୍ୟୋତିକୁ ଜାତୀୟ ସ୍ମାରକୀ ନିଆଯାଇଛି। ଏହାପରେ ସେଠାରେ ସହିଦ ଯବନାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଦେଇଛି ଭାରତୀୟ ସେନା।
ତେବେ ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତରକୁ ନେଇ ପ୍ରଥମେ ଅନେକ ବିବାଦ ଉପୁଜିଥିଲା। ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ଅମର ଯବାନ ଜ୍ୟୋତି ଲିଭିବନି ବରଂ ଏହା ବିଲୟ ହୋଇ ଦେଶ ସ୍ୱାଧୀନ ପରର ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଯେଉଁ ଯବାନମାନେ ସହିଦ ହୋଇଥିଲେ, ସେମାନଙ୍କ ସ୍ମୃତିରେ ଏହି ଜ୍ୟୋତିକୁ ଜଳାଯାଇଥିଲା। ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା। ତତ୍ତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍ଘାଟନ କରିଥିଲେ।
ଜାତୀୟ ଯୁଦ୍ଧ ସ୍ମାରକୀ ୨୦୧୯ରେ ସ୍ଥାପନ ହୋଇଥିଲା। ପ୍ରାୟ ୧୭୬ କୋଟି ଟଙ୍କାରେ ଏହି ସ୍ମରକୀକୁ ତିଆରି କରାଯାଇଥିଲା। ଏଠାରେ ପ୍ରାୟ ୨୬,୦୦୦ ସହିଦ ଯବାନଙ୍କ ନାଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି।
ଜାତୀୟ ଯୁଦ୍ଧ ସ୍ମାରକୀ ଭବନ (National War Memoria) ଉଦ୍ଘାଟନ ହେବା ପରେ ସମସ୍ତ ସାମରିକ ସମାରୋହ କାର୍ଯ୍ୟକ୍ରମକୁ ଇଣ୍ଡିଆ ଗେଟ୍ ମେମୋରିଆଲରୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ଏହା ସ୍ୱତନ୍ତ୍ର ଭାବେ ଦେଶର ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବାରୁ ଅମର ଯବାନ ଜ୍ୟୋତିକୁ ମଧ୍ୟ ଏହା ସହ ବିଲୟ କରାଯିବ ବୋଲି ସ୍ପଷ୍ଟ କରାଯାଇ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031