Indus Valley Times

ଜାତୀୟ ହାର ତୁଳନାରେ ଓଡ଼ିଶାରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

 Breaking News

ଜାତୀୟ ହାର ତୁଳନାରେ ଓଡ଼ିଶାରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଜାତୀୟ ହାର ତୁଳନାରେ ଓଡ଼ିଶାରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
December 05
13:42 2021

ଭୁବନେଶ୍ୱର ,୫/୧୨: ଓଡିଶାରେ କୋଭିଡ ସ୍ଥିତି ନେଇ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ସେ କହିଛନ୍ତି ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି ।
ରାଜ୍ୟରେ ଟେଷ୍ଟିଂ ଧାର‌୍ୟ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି । ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ୦.୪ ପ୍ରତିଶତ ରହିଛି । ପ୍ରତି ଲକ୍ଷରେ କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ଲକ୍ଷରେ ହାରାହାରି ୨୬୮୫ ରହିଥିବାବେଳେ ଓଡିଶାରେ ୪୫୪୨ ଅଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ୧.୩ ପ୍ରତିଶତ ରାଜ୍ୟରେ ୦.୮ ପ୍ରତିଶତ ରହିଛି ।
ଗତକାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି । ଟେଷ୍ଟିଂ ଠିକ ଭାବରେ ହେଉନାହିଁ ବୋଲି କେନ୍ଦ୍ର ରାଜ୍ୟକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ଏବଂ ପଦକ୍ଷେପ ନେବାକୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930